ଭୋଟ ସଚେତନତା ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘କଳିଙ୍ଗପୁତ୍ରର ଆହ୍ଵାନ’ ଉନ୍ମୋଚିତ

ଡେସ୍କ: ଏବେ ସବୁଠି ନିର୍ବାଚନର ମାହୋଲ। କେଉଁଠି ପ୍ରାର୍ଥୀଙ୍କ ଭାଗ୍ୟ ଜଉ ମୁଦ ବାକ୍ସରେ ବନ୍ଦ ହୋଇ ସାରିଛି ତ କୋଉଠି ପ୍ରଚାର ସରଗରମ। ନିର୍ବାଚନ ଜିତିବା ପାଇଁ କିଏ ଅର୍ଥ ବଳର ପ୍ରୟୋଗ କରୁଚି ତ କିଏ ବାହୁବଳର। କିନ୍ତୁ କାହାର ଭୟରେ ଭୟଭୀତ ନହୋଇ କି ପ୍ରଲୋଭନରେ ପ୍ରଲୋଭିତ ନ ହୋଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବା ପାଇଁ ଆପଣମାନଙ୍କ ପାଇଁ ଉନ୍ମୋଚିତ ହୋଇଛି ଯଶୋଦା କ୍ରିଏଟିଭ ମେକର୍ସ ନିବେଦିତ କ୍ଷୁଦ୍ର ଚଳଚ୍ଚିତ୍ର ‘କଳିଙ୍ଗପୁତ୍ରର ଆହ୍ଵାନ’।

ଜୁଲାଇରୁ ଆସିବନି ବିଜୁଳି ବିଲ୍‌ -କେନ୍ଦୁଝରେ ନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଦୃଢ ପ୍ରତିଶ୍ରୁତି

ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ଏହାର କଳାକାର ଓ କଳା କୁଶଳୀଙ୍କ ସମେତ ଇଣ୍ଡଷ୍ଟ୍ରିର ବହୁ ବ୍ୟକ୍ତି ଯୋଗ ଦେଇଥିଲେ। ଭୋଟ୍ ସଚେତନତା ଉପାରେ ଆଧାରିତ ଏହି କ୍ଷୁଦ୍ର ଚଳଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶ୍ରୀନିବାସ ପଢ଼ିଆରୀ। ଅନ୍ୟାନ୍ୟ ଚରିତ୍ରରେ କେତେ ଜଣ ସାଧାରଣ ଓ ଅଣକଳାକାରଙ୍କୁ ଦେଖିବାକୁ ମିଳିବ। ଏହି କ୍ଷୁଦ୍ର ସଂଗୀତଭିତ୍ତିକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର (ଦୀପୁ)। ତାରିକ ଅଜିଜଙ୍କ କଣ୍ଠରେ ରେକର୍ଡ ହେଇଥିବା ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଞ୍ଜନ କୁମାର। ସମ୍ପାଦନାରେ ଅଛନ୍ତି ଅରୁଣ। ପୋଷ୍ଟ ପ୍ରଡକ୍ସନ ଦାୟିତ୍ଵ ନିର୍ବାହ କରିଛନ୍ତି ସୃଜନ ଫିଲ୍ମସ। ଉପସ୍ଥାପନା ଶୈଳୀର ସ୍ୱତନ୍ତ୍ରତା ଓ ମଧୁର ସଙ୍ଗୀତ ସାଙ୍ଗକୁ ତାରିକଙ୍କ ସ୍ୱର ଏହାକୁ ବେଶ୍ ଆକର୍ଷଣୀୟ କରିପାରିଛି।

୫ମ ପର୍ଯ୍ୟାୟ ମତଦାନ – ସୁରକ୍ଷା ବ୍ୟବସ୍ଥା କଡାକଡି

ଚଳଚ୍ଚିତ୍ରରେ ଜନତାଙ୍କ ପ୍ରତିନିଧି ବା ଜଣେ ସଚେତନ ନାଗରିକ ହିସାବରେ ନାୟକର ଏହି ଆବେଦନକୁ ଦର୍ଶକ ନିଶ୍ଚୟ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

୫ମ ପର୍ଯ୍ୟାୟ ମତଦାନ – କଣ ରହିଛି ସୁବିଧା

Comments are closed.