www.samajalive.in
Monday, December 15, 2025
24.1 C
Bhubaneswar

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ଚାପରେ ରହିବ : ହସନ ଅଲ୍ଲି

ଅହମ୍ମଦାବାଦ୍‌: ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କ୍ରିକେଟ୍‌ ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ ଶନିବାର ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦ ଚାପରେ ରହିବ ବୋଲି କହିଛନ୍ତି ପାକିସ୍ତାନ ଦଳର ଦ୍ରୁତ ବୋଲର ହସନ ଅଲ୍ଲି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ତରଫରୁ ଜାରି ଏକ ଭିଡିଓରେ ହସନ ଦର୍ଶାଇଛନ୍ତି ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ବିଶ୍ବର ସମସ୍ତ କ୍ରିକେଟ୍‌ ପ୍ରଶଂସକ ଅନାଇ ବସିଛନ୍ତି। ଏହି ମ୍ୟାଚ୍‌ରେ ପାକିସ୍ତାନ ଚାପରେ ରହିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ସ୍ଥିତି ଭିନ୍ନ ପ୍ରକାରର ସୃଷ୍ଟି ହୋଇଛି। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ଭାରତୀୟ ଦଳ ଚାପରେ ରହିବ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧ ଲକ୍ଷରୁ ଅଧିକ ମ୍ୟାଚ୍‌ ଉପଭୋଗ କରିବେ। ଏତେ ସଂଖ୍ୟକ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ନେଇ ପାକିସ୍ତାନ ଦଳର କ୍ରିକେଟର୍‌ ବେଶ୍‌ ଉତ୍ସାହିତ ଅଛନ୍ତି। ଭାରତୀୟ ଦଳ ବିଶ୍ବକପ୍‌ରେ କ୍ରମାଗତ ଭାବେ ପାକିସ୍ତାନକୁ ପରାସ୍ତ କରିଥିଲେ ମଧ୍ୟ ଏହାର ପ୍ରଭାବ ଶନିବାର ମ୍ୟାଚ୍‌ରେ ପାକିସ୍ତାନ ଖେଳାଳିଙ୍କ ଉପରେ ପଡ଼ିବ ନାହିଁ। ପାକିସ୍ତାନ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ପୂର୍ବର ଧାରା ନିଶ୍ଚିତ ଭାବେ ଭାଙ୍ଗିବ। ପାକିସ୍ତାନ ଦଳ ପୂର୍ବରୁ ଆଫଗାନିସ୍ତାନ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିବାରୁ ଏହି ଦଳର ଖେଳାଳିଙ୍କ ମନୋବଳ ବେଶ୍‌ ଉଚ୍ଚରେ ରହିଛି। ପାକିସ୍ତାନର ବୋଲର ଓ ବ୍ୟାଟସମ୍ୟାନ୍‌ ଭଲ ଫର୍ମରେ ଥିବାରୁ ଏହି ମ୍ୟାଚ୍‌ରେ ଦଳ ବିଜୟୀ ହେବାକୁ ଆଶା ରଖିଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories