www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ବକପ୍‌ ଜିତିବାକୁ ଭାରତ ପ୍ରମୁଖ ଦାବିଦାର

ଇସଲାମାବାଦ: କ୍ରିକେଟ୍‌ ବିଶ୍ବକପ୍‌ ଜିତିବାକୁ ଭାରତ ପ୍ରମୁଖ ଦାବିଦାର ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ବ୍ୟାଟସମ୍ୟାନ୍ ମହମ୍ମଦ ହାଫିଜ। ଭାରତୀୟ ଦଳ ଘରୋଇ ମାଟିରେ ବିଶ୍ବକପ୍‌ ଖେଳୁଥିବାରୁ ଚମ୍ପିଆନ୍‌ ହେବା ସମ୍ଭାବନା ଅଧିକ ବୋଲି ହାଫିଜ ସ୍ପଷ୍ଟ କରି ଦେଇଛନ୍ତି। ଭାରତୀୟ ଦଳ ଦୀର୍ଘବର୍ଷ ହେବ ବିଶ୍ବକପ୍‌ ଜିିତିନଥିବାରୁ ଘରୋଇ ମାଟିରେ ଚମ୍ପିଆନ ହେବାକୁ ନିଶ୍ଚିତ ଭାବେ ଆଶା ରଖିଥିବ ବୋଲି ହାଫିଜ କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ହାଫିଜ କହିଥିଲେ ଭାରତୀୟ ଦଳ ଘରୋଇ ପରିବେଶରେ ସର୍ବଦା ଭଲ ପ୍ରଦର୍ଶନ କରେ। ଚଳିତଥର ବିଶ୍ବକପ୍‌ ଘରୋଇ ମାଟିରେ ଖେଳାଯାଉଥିବାରୁ ଭାରତୀୟ ଦଳ ଏହାକୁ ଜିତିବାକୁ ପ୍ରମୁଖ ଦାବିଦାର ବୋଲି କୁହାଯାଇ ପାରିବ। ତେବେ ବେଶ୍‌ କିଛିବର୍ଷ ହେବ ଭାରତ ବିଶ୍ବକପ୍‌ ଜିତିନଥିବାରୁ ଚଳିତଥର କିପରି ପ୍ରଦର୍ଶନ କରୁଛି ତାହା ଉପରେ କ୍ରିକେଟ୍‌ ପ୍ରଶଂସକଙ୍କ ନଜର ରହିବ। ଭାରତୀୟ ଦଳ ୨୦୧୫ ଓ ୨୦୧୯ ବିଶ୍ବକପ୍‌ର ସେମିଫାଇନାଲରେ ପ୍ରବେଶ କରି ପରାସ୍ତ ହୋଇଛି। ଚଳିତଥର ଏଥିରେ ଉନ୍ନତି ଆଣି ପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଛି। ଭାରତୀୟ ଦଳରେ ଅନେକ ପ୍ରତିଭାବାନ ଖେଳାଳି ରହିଥିବା ବେଳେ ସେମାନେ ସରକାତ୍ମକ ମନୋଭାବ ନେଇ ଖେଳିଲେ ଦଳ ବିଶ୍ବକପ୍ ଜିତିବା ସମ୍ଭାବନା ବଢ଼ିଯିବ ବୋଲି ହାଫିଜ କହିଥିଲେ।

- Advertisement -

ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ଓ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମଙ୍କ ମଧ୍ୟରୁ କିଏ ଅଧିକ ରନ୍‌ ସଂଗ୍ରହ କରିବ ତାହାକୁ ନେଇ କ୍ରିକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏ ନେଇ ହାଫିଜ କହିଥିଲେ ଜଣେ ଖେଳାଳିଙ୍କ ସହ ଅନ୍ୟଜଣଙ୍କୁ ତୁଳନା କରିବାକୁ ସେ ପସନ୍ଦ କରନ୍ତି ନାହିଁ। ପ୍ରତ୍ୟେକ ଖେଳାଳିଙ୍କ ସ୍ବତନ୍ତ୍ର ଶୈଳୀ ରହିଥାଏ। କୋହଲି ଓ ବାବର ଉଭୟ ବିଶ୍ବ କ୍ରିକେଟ୍‌ର ପ୍ରଖ୍ୟାତ ବ୍ୟାଟସମ୍ୟାନ୍‌। ଉଭୟ ନିଜ ବ୍ୟାଟିଂ ବଳରେ ଦର୍ଶକଙ୍କ ମନୋରଞ୍ଜନ କରିବାର ଆଶା ରହିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories