www.samajalive.in
Monday, December 8, 2025
16.1 C
Bhubaneswar

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର: ସିଡ଼ନୀରେ ଖେଳିପାରିବେ ରୋହିତ, ଋଷଭ ଓ ଶୁଭମନ

ପର୍ଥ: ସିଡ଼ନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଛି ଭଲ ଖବର । ଆହତ ହେବା କାରଣରୁ ମହମ୍ମଦ ଶାମୀ ଓ ଉମେଶ ଯାଦବଙ୍କ ବଦଳରେ ନୂଆ ଖେଳାଳି ଚୟନ ପରେ ଏବେ  ରୋହିତ ଶର୍ମା, ଋଷଭ ପନ୍ତ ଓ ଶୁଭମନ ଗିଲ ଆସନ୍ତା ୭ ତାରିଖରେ ହେବାକୁଥିବା ସିଡ଼ନୀ ଟେଷ୍ଟରେ ଖେଳି ପାରିବେ ବୋଲି କୁହାଯାଉଛି । ମେଲବୋର୍ଣର ଏକ ରେଷ୍ଟୁରାଣ୍ଟରେ ରୋହିତ, ଶୁଭମନ,ଋଷଭ, ପୃଥ୍ବୀ ଶ ପ୍ରମୁଖ ଖାଦ୍ୟ ଖାଉଥିବା ଭିଡ଼ିଓ ଭାଇରାଲ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ କଂଟ୍ରୋଲ ବୋର୍ଡ଼ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲା । ଏହି ଖେଳାଳିମାନଙ୍କୁ ଆଇସୋଲେସନକୁ ପଠାଯାଇଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ସରକାରଙ୍କର ଜଣେ ଅଧିକାରୀ ଯଦି ଭାରତୀୟ ଖେଳାଳିମାନେ ନିୟମ ମଧ୍ୟରେ କାମ କରି ପାରିବେ ନାହିଁ, ତେବେ ସେମାନେ ଖେଳିବାକୁ ନ ଆସନ୍ତୁ ବୋଲି କହିଥିଲେ ।

ସିଡ଼ନୀରୁ ପ୍ରକାଶିତ ମର୍ଣିଂ ହେରାଲ୍ଡ଼ ରିପୋର୍ଟ ଅନୁସାରେ ଖେଳାଳିମାନଙ୍କର ଏହି ବ୍ୟବହାରିକ ଅନିୟମିତତାକୁ ବିସିସିଆଇ ନିଜ ଢ଼ଙ୍ଗରେ ଅନୁସନ୍ଧାନ କରିବ । ବାୟୋ ସୁରକ୍ଷା ପ୍ରୋଟୋକଲ ଭାଙ୍ଗିବା ଯୋଗୁଁ ୫ ଖେଳାଳିଙ୍କ ଉପରେ ଜୋରିମାନା ଲାଗିବ । ଏହି ଖେଳାଳିମାନେ କ୍ରିକେଟ ଅଷ୍ଟ୍ରେଲିଆର ଅନୁବନ୍ଧିତ ଖେଳାଳି ହୋଇ ନ ଥିବାରୁ ସେମାନଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ଼ କୌଣସି ଦଣ୍ଡ ଦେଇ ପାରିବ ନାହିଁ । ମାତ୍ର ବିିସିସିଆଇ ଏ ସମ୍ପର୍କରେ ପଦକ୍ଷେପ ନେଇ ପାରିବ ।

- Advertisement -

ରବିବାର ଭାରତୀୟ ଦଳକୁ ନେଇ ୨ଟି ବସ୍ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ଅଭ୍ୟାସ କରିବାକୁ ନେଇଥିଲା । ମାତ୍ର ବର୍ଷା ଯୋଗୁଁ ଭାରତୀୟ ଦଳ ସେଠାରେ ଅଭ୍ୟାସ କରିପାରି ନାହିଁ । ଖେଳାଳିମାନେ କେବଳ ଜିମରେ ସମୟ ଅତିବାହିତ କରି ହୋଟେଲକୁ ଫେରିଛନ୍ତି । ଦଳର ମୁଖପାତ୍ର କହିଛନ୍ତି ଯେ ଭାରତୀୟ ଦଳ ସାମାଜିକ ଦୂରତା ନିୟମ ପାଳନ କରିଛନ୍ତି।

ଅବଶ୍ୟ  ଭାରତୀୟ ଖେଳାଳିମାନେ ବାୟୋ ସିକ୍ୟୁରିଟି ପ୍ରୋଟୋକଲକୁ ଉଲ୍ଲଂଘନ କରିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଡିସେମ୍ବର ଆରମ୍ଭରେ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସିଡନୀରେ ଥିବା ଏକ ଦୋକାନରେ ପୋଜ୍ ଦେଇଥିଲେ।

ଅନ୍ୟପକ୍ଷରେ କ୍ବିନ୍ସଲ୍ୟାଣ୍ଡ ସରକାରଙ୍କ କଡ଼ାକଡ଼ି ଲକଡ଼ାଉନ ନିୟମ ଯୋଗୁଁ ବ୍ରିସବେନରେ ଶେଷ ଟେଷ୍ଟ ଆୟୋଜନକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କ୍ବିନ୍ସଲ୍ୟାଣ୍ଡକୁ ଭାରତୀୟ ଦଳ ଖେଳିବାକୁ ଯିବା ନିମନ୍ତେ ଚାହୁଁ ନାହାନ୍ତି ବୋଲି କୁହାଯାଉଛି । କ୍ବିନ୍ସଲ୍ୟାଣ୍ଡ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି ଯେ ଭାରତୀୟ ଦଳ ଯଦି ନିୟମ ପାଳନ ଠିକ ଭାବରେ ନ କରନ୍ତି ତେବେ ସେମାନଙ୍କୁ ଖେଳିବାନିମନ୍ତେ ଆସିବା ଆବଶ୍ୟକ ନାହିଁ ।

ସୂଚନାଯୋଗ୍ୟ ଯେ ୪ ଟେଷ୍ଟ ମ୍ୟାଚ୍ ସିରିଜରେ ଭାରତ-ଅଷ୍ଟ୍ରେଲିଆ ଏବେ ୧-୧ ସ୍ଥିତିରେ ଅଛନ୍ତି । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା । ଆସନ୍ତା ୭ ତାରିଖରୁ ସିଡ଼ନୀରେ ତୃତୀୟ ଟେଷ୍ଟ ଖେଳାଯିବ । ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ରହିଥିବାବେଳେ ଉପ ଅଧିନାୟକ ଭାବରେ ରୋହିତ ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories