www.samajalive.in
Monday, December 15, 2025
24.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ, ସମାନ ସ୍ଥିତିରେ ଉଭୟ ଦଳ

ନୂଆଦିଲ୍ଲୀ: ଚଳିତ ୨ୟ ଟେଷ୍ଟମ୍ୟାଚ୍‌ର ୨ୟ ଦିନରେ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନ୍‌ ଭାରତର ସମ୍ମାନ ରକ୍ଷାକଲେ। ଅକ୍ଷର-ଅଶ୍ବିନ ସେମାନଙ୍କ ବ୍ୟାଟିଂ ଦକ୍ଷତା ଦେଖାଇ ଭାରତକୁ ଲଜ୍ଜାଜନକ ସ୍ଥିତିରୁ ବଞ୍ଚାଇଛନ୍ତି। ବିଶ୍ବର ୧ ଓ ୨ନଂ ଟେଷ୍ଟ ଦଳ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ୨ୟ ଦିନରେ ଅଫ୍‌ସ୍ପିନର ନାଥାନ୍ ଲାୟନ୍‌ ସ୍ପିନ୍‌ ଜାଲ ବିଛାଇଥିଲେ। ଲାୟନ୍‌ ୫ଟି ୱିକେଟ ନେବାରୁ ୨ୟ ଇନିଂସରେ ଭାରତ ୧୩୯ ରନ୍‌ରେ ୭ଟି ୱିକେଟ ହରାଇଥିଲା। ହେଲେ ଅକ୍ଷର ପଟେଲ ଓ ଆର୍. ଅଶ୍ବିନ ଶତକୀୟ ଭାଗିଦାରୀ କରିବାରୁ ଭାରତ ୨୬୨ ରନ୍‌କରି ମାତ୍ର ୧ ରନ୍‌ ପଛରେ ରହିଥିଲା। ହେଲେ ବଲ୍‌ ସ୍ପିନ୍ କରୁଥିବା ଓ ତଳୁଆ ରହୁଥିବା ପିଚ୍‌ରେ ରନ୍‌କରିବା ଜରୁରୀ। ଏହି ନୀତିରେ ୨ୟ ଇନିଂସରେ ଅଷ୍ଟ୍ରେଲିଆର ଓପ୍‌ନର ଟ୍ରାଭିସ୍‌ ହେଡ୍‌ ଆକ୍ରମଣ କରିଥିଲେ। ଫଳରେ ଓଭର ପିଛା ୫ରୁ ଅଧିକ ଗତିରେ ସ୍କୋର୍‌କରି ଶନିବାର ୨ୟ ଦିନ ଶେଷରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୧ ୱିକେଟରେ ୬୧ ରନ୍‌ କରିଛି। ୯ ୱିକେଟ ବାକିଥାଇ ଅଷ୍ଟ୍ରେଲିଆ ଏବେ ୬୨ ରନ୍‌ ଆଗରେ ରହିଛି। ଏହି ପିଚ୍‌ରେ ୨ୟ ଇନିଂସରେ ୨୫୦ରୁ ଅଧିକ ରନ୍‌ର ପିଛାକରିବା କଷ୍ଟକର। ତେଣୁ ୩ୟ ଦିନର ଖେଳ ନିର୍ଣ୍ଣାୟକ ହୋଇପାରେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories