www.samajalive.in
Sunday, December 14, 2025
23.1 C
Bhubaneswar

ମହିଳା ଟି୨୦ ବିଶ୍ବକପ୍‌, ଭାରତକୁ ହରାଇ ସେମିରେ ଇଂଲଣ୍ଡ

ଜି​କ୍ୱେବ୍‌ରା: ଚଳିତ ମହିଳା ଟି୨୦ ବିଶ୍ବକପ୍‌ରେ ୩ୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି ଭାରତ। ଶନିବାର ଗ୍ରୁପ୍‌-୧ ମ୍ୟାଚ୍‌ରେ ଭାରତକୁ ୧୧ ରନ୍‌ରେ ଇଂଲଣ୍ଡ ପରାସ୍ତ କରିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ନାତାଲି ସ୍କାଇଭରଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୭ ୱିକେଟରେ ୧୫୧ ରନ୍‌ କରିଥିଲା। ପରେ ସ୍ମୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ ଓ ରିଚା ଘୋଷଙ୍କ ଅପରାଜିତ ବିସ୍ଫୋରକ ଇନିଂସ ସତ୍ତ୍ବେ ଭାରତ ୫ ୱିକେଟ୍‌ରେ ୧୪୦ ରନ୍‌ କରି ପାରିଥିଲା। କ୍ରମାଗତ ୩ୟ ମ୍ୟାଚ୍‌ ଜିତି ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚିବା ସହ ଗ୍ରୁପ୍‌-୧ର ଶୀର୍ଷରେ ରହିବା ପ୍ରାୟ ନିଶ୍ଚିତ କରିଛି। ସୋମବାର ଆୟରଲାଣ୍ଡ ବିପକ୍ଷରେ ଭାରତ ୪ର୍ଥ ମ୍ୟାଚ୍‌ ଖେଳିବ।

୧୫୨ ରନ୍‌ ଲକ୍ଷ୍ୟରେ ଭାରତ ଇନିଂସ ଆରମ୍ଭ କରିବା ପରେ ଶେଫାଳି ବର୍ମା ୮ ରନ୍‌କରି ଆଉଟ୍‌ ହୋଇଥିଲେ। ତେବେ ସ୍ମୃତି ମାନ୍ଧାନ ଗୋଟିଏ ପଟେ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ୯ ଓଭରରେ ସ୍କୋର୍ ୫୭ ରନ୍‌ ଥିବା ବେଳେ ଜେମିମା ରଡ୍ରି​‌େ​‌ଗ୍ବଜ୍‌ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟିକା ହରମନପ୍ରୀତ କୌର ମାତ୍ର ୪ ରନ୍‌ କରିଥିଲେ। ୬୨ ରନ୍‌ରେ ୩ଟି ୱିକେଟ ପଡ଼ିବା ପ​‌େ​‌ର ମାନ୍ଧାନା ଓ ରିଚା ଘୋଷ ଦ୍ରୁତ ୪୩ ରନ୍‌ ଯୋଡ଼ିଥିଲେ। ୪ ଓଭରରୁ ୪୭ ରନ୍‌ ଆବଶ୍ୟକ ଥିବା ବେଳେ ମାନ୍ଧାନା ଆଉଟ୍‌ ହୋଇଯିବା ଭାରତ ପାଇଁ ଶକ୍ତ ଧକ୍କା ଥିଲା। ବାମହାତି ମାନ୍ଧାନା ୪୧ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୨ ରନ୍‌ କରିଥିଲେ। ପରେ ରିଚା ଏକା ଲଢ଼ିଥିଲେ ହେଁ ତାଙ୍କୁ ସହଯୋଗ ମିଳିନଥିଲା। ବିସ୍ଫୋରକ ବ୍ୟାଟିଂକରି ରିଚା ୩୪ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୭ ରନ୍‌କରି ଅପରାଜିତ ଥିଲେ। ସାରା ଗ୍ଲେନ୍‌ ୨ଟି ୱିକେଟ ନେଇଥିଲେ। ନାତାଲି ସ୍କାଇଭର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

- Advertisement -

ଏହି ମ୍ୟାଚ୍‌ ପୂର୍ବରୁ ଉଭୟ ଭାରତ ଓ ଇଂଲଣ୍ଡ ସେମାନଙ୍କ ପ୍ରଥମ ୨ଟିଯାକ ମ୍ୟାଚ୍‌ ଜିତି ସେମିରେ ଖେଳିବା ପ୍ରାୟ ନିଶ୍ଚିତ କରିଥିଲେ। ତେଣୁ ଟେବୁଲ ଶୀର୍ଷ​ରେ ରହିବା ଲାଗି ଶନିବାର ଏହି ଲଢ଼େଇ ହୋଇଥିଲା। ଟସ୍ ଜିତି ଭାରତ ଫିଲ୍‌ଡିଂ ନେଇଥିଲା। ଭାରତୀୟ ପେସ୍‌ ବୋଲର ରେଣୁକା ସିଂହ ଠାକୁର ତାଙ୍କର ପ୍ରଥମ ୩ ଓଭରରେ ୩ଟି ୱିକେଟ ନେଇ ଇଂଲଣ୍ଡକୁ ଚିନ୍ତାରେ ପକାଇଥିଲେ। ଏହି ୩ଟି ୱିକେଟ ଥିଲା ସୋଫିଆ ଡଙ୍କ୍‌ଲି (୧୦), ଡାନି ୱାଟ୍‌ (୦) ଓ ଆଲିସ୍‌ କାପ୍‌ସି (୩)ଙ୍କର। ୨୯ ରନ୍‌ରେ ୩ଟି ୱିକେଟ୍‌ ପଡ଼ିଯିବା ପରେ ଇଂଲଣ୍ଡର ଦୁଇ ଅଭିଜ୍ଞ ବ୍ୟାଟର ନାତାଲି ସ୍କାଇଭର ଓ ହିଦର ନାଇଟ୍‌ ୫୧ ରନ୍‌ ଯୋଡ଼ିଥିଲେ। ଅଧିନାୟିକା ନାଇଟ୍‌ ୨୩ ବଲ୍‌ରୁ ୪ଟି ଚୌକା ସହ ୨୮ ରନ୍‌ କରିଥିଲେ। ପରେ ଆମି ଜୋନ୍‌ସଙ୍କ ସହ ସ୍କାଇଭର ଦ୍ରୁତ ୪୦ ରନ୍‌ ଯୋଡ଼ିଥିଲେ। ନାତାଲି ସ୍କାଇଭର ୪୨ ବଲ୍‌ରୁ ୫ଟି ଚୌକା ସହ ୫୦ ରନ୍‌ କରିଥିଲେ। ଜୋନ୍‌ସ ଆକ୍ରମଣ କରି ୨୭ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୦ ରନ୍‌ କରିଥିଲେ। ସୋଫି ଇକ୍ଲେଷ୍ଟୋନ୍‌ ୧୧ ରନ୍‌କରି ଅପରାଜିତ ଥିଲେ। ୧୫ ରନ୍‌ ଦେଇ ୫ଟି ୱିକେଟ ନେଇ ରେଣୁକା ସିଂହ ଜୀବନର ଶ୍ରେଷ୍ଠ ବୋଲିଂ ସଫଳତା ହାସଲ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories