www.samajalive.in
Sunday, December 14, 2025
23.1 C
Bhubaneswar

ଗ୍ରାହକ ମାଗଣାରେ ଦେଖିବେ ୨୦୦ ଚାନେଲ

ନୂଆଦିଲ୍ଲୀ: ବହୁ ସଂଖ୍ୟକ ଲୋକ ଏବେ ସେଟ- ଟପ ବକ୍ସର ବ୍ୟବହାର କରୁଛନ୍ତି। ଫ୍ରି ଟୁ ଏୟାର ଚ୍ୟାନେଲ ପାଇଁ ଗ୍ରାହକଙ୍କୁ ସେଟ-ଟପ ବକ୍ସ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ତେବେ ଆଗାମୀ ଦିନରେ ଆପଣଙ୍କୁ ଏହି ଚ୍ୟାନେଲ ଦେଖିବା ପାଇଁ ଆଉ ସେଟ-ଟପ ବକ୍ସ କିଣିବାର ଆବଶ୍ୟକତା ପଡ଼ିବନି। କେନ୍ଦ୍ର ସରକାର ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଗ୍ରାହକଙ୍କୁ ସେଟ-ଟପ ବକ୍ସରୁ ମୁକ୍ତି ଦେବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯିବ। ଏହି ପ୍ଲାନ ଅନୁଯାୟୀ, ଟିଭିରେ ପୂର୍ବରୁ ଇନ-ବିଲ୍ଟ ସାଟେଲାଇଟ ଟ୍ୟୁନର ଲାଗି କରି ଆସିବ। ଏ ବାବଦରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଶ୍ରୀ ଠାକୁର କହିଛନ୍ତି, ଏହି ଯୋଜନା ଲାଗୁ ହେଲେ ଗ୍ରାହକମାନେ ପାଖାପାଖି ୨୦୦ ଚାନେଲ ଫ୍ରି’ରେ ଦେଖିପାରିବେ। ତେବେ ସବୁଠାରୁ ବଡ଼ କଥା ହେଉଛି, ଏଥିପାଇଁ ସେମାନଙ୍କୁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଦୂରଦର୍ଶନ ଫ୍ରି ଡିଶରେ ସାମାନ୍ୟ ମନୋରଞ୍ଜନ ଚ୍ୟାନେଲ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ଯୋଜନା ନେଇ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଏହାଦ୍ୱାରା ଇନ-ବିଲ୍ଟ ଟ୍ୟୁନର ସହିତ ଟିଭିର ସେଲ୍ ବୃଦ୍ଧି ପାଇବ ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories