www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟଗୁଡ଼ିକୁ ମିଳିବ ୫ ବର୍ଷର ଜିଏସଟି କ୍ଷତିପୂରଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଦ୍ରବ୍ୟ ଓ ସେବା କର (ଜିଏସଟି)ର ୪୯ତମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ ବର୍ଷର କ୍ଷତିପୂରଣ ବାବଦରେ ରାଜ୍ୟମାନଙ୍କୁ ୧୬୯୮୨ କୋଟି ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଦିଲ୍ଲୀ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ସମେତ କେତେକ ରାଜ୍ୟର ଜିଏସଟି କ୍ଷତିପୂରଣ ଉପରେ ଆଲୋଚନା ହୋଇଥିଲା। ଆପିଲିଏଟ ଟ୍ରାଇବୁନାଲ ଗଠନ ଓ ପାନ ମସଲା ଓ ଗୁଟଖା ଉପରେ ଜିଏସଟି ଲାଗିବ କି ନା ସେ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ପେନସିଲ ଶାର୍ପନର ଉପରେ ଥିବା ୧୮ ପ୍ରତିଶତ ଜିଏସଟିକୁ ହ୍ରାସ କରି ୧୨ ପ୍ରତିଶତ କରିଦିଆଯାଇଛି। ତରଳ ଗୁଡ଼ ଉପରୁ ଜିଏସଟି ହଟାଇ ଦିଆଯାଇ ଶୂନ କରାଯାଇଛି। ପ୍ରଥମେ ଏହା ଉପରୁ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯାଉଥିଲା। ଏହା ବ୍ୟତୀତ ଡ୍ୟୁରେବଲ କଣ୍ଟେନର ଉପରେ ଲାଗିଥିବା ଟ୍ୟାଗ ଟ୍ରାକିଂ ଡିଭାଇସ ଓ ଡାଟା ଲଗର୍ସ ଉପରୁ ସମ୍ପୂର୍ଣ୍ଣ ଜିଏସଟି ପ୍ରତ୍ୟାହାର କରାଯାଇଛି। ପୂର୍ବରୁ ଏଥିରୁ ୧୮ ପ୍ରତିଶତ ଜିଏସଟି ଆଦାୟ ହେଉଥିଲା। ଜୈବିକ ଇନ୍ଧନ ଉପରୁ ୧୮% ଜିଏସଟିରୁ ହ୍ରାସ କରାଯାଇ ୫% କରାଯାଇଛି। ଚଳିତ ବର୍ଷ ଜାନୁଆରୀରେ ୧,୫୫, ୯୨୨ କୋଟି ଜିଏସଟି ଆଦାୟ ହୋଇଥିଲା। ପାନ ମସଲା ଓ ଗୁଟଖା ଉପରେ ମନ୍ତ୍ରୀ ସମୂହଙ୍କ ପ୍ରସ୍ତାବକୁ ମାନି ନିଆଯାଇଛି। ଚିଠା ପ୍ରସ୍ତୁତିର ଭାଷାରେ ପରିବର୍ତ୍ତନ କରାଯାଇଛି। ଏହା କରିବା ପାଇଁ କେତେଗୁଡ଼ିଏ ରାଜ୍ୟ ଆବେଦନ କରିଥିଲେ। ଏହି ବୈଠକରେ ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ, ରାଜ୍ୟମାନଙ୍କର ଅର୍ଥ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories