www.samajalive.in
Sunday, December 7, 2025
23.1 C
Bhubaneswar

 ୨୪ ଘଣ୍ଟାରେ ବାଲେଶ୍ବରର ୧୪ଟି ମେଡ଼ିକାଲ୍‌ ଷ୍ଟୋର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କଲା ପୁଲିସ

ଭୁବନେଶ୍ବର: କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ ବେଆଇନ୍‌ ଗଚ୍ଛିତ ସହ କଳାବଜାରୀ ବିରୋଧରେ ରାଜ୍ୟ ପୋଲିସ୍ ପ୍ରତିଦିନ ବିଭିନ୍ନ ସ୍ଥାନରେ ଚଢାଉ ଜାରିରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ଲାଇଂ ସ୍କ୍ୱାଡ୍‌ର ମିଳିତ ଟିମ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଔଷଧ ଡିପୋ, ମେଡିକାଲ ଷ୍ଟୋର, ଷ୍ଟକିଷ୍ଟ୍​, ଅମ୍ଳଜାନ ଭର୍ତ୍ତି କରାଯାଉଥିବା ପୋଷ୍ଟୋର ଗୁଡ଼ିକରେ ଚଢଉ କରାଯାଇଛି। କଟକ ଚାନ୍ଦିନୀଚୌକ ନିକଟସ୍ଥ ମେଡିକାଲ ଷ୍ଟୋର, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ସମେତ ବାଲେଶ୍ୱର ଜିଲାର ୧୪ଟି ମେଡିକାଲ ଷ୍ଟୋର, ଯାଜପୁର ଜିଲ୍ଲାର ୩ ମେଡିକାଲ ଷ୍ଟୋରରେ ଚଢଉ କରାଯାଇଛି। ସେହିପରି କୋରାପୁଟ, ସମ୍ବଲପୁର, ଭଦ୍ରକ, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ଡିପୋରେ ଥିବା ସମସ୍ତ ରେକର୍ଡକୁ ଅନୁଧ୍ୟାନ କରାଯିବା ସହ ବିଭିନ୍ନ ହସ୍ପିଟାଲ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ବଣ୍ଟନ କରାଯାଉଥିବା ଔଷଧ ଏବଂ ଷ୍ଟକ୍‌ ସମ୍ପର୍କରେ ଯାଞ୍ଚ କରାଯାଇଛି। ଏଥିସହ କୋଭିଡ୍-୧୯ ଔଷଧ ବଣ୍ଟନ ବ୍ୟବସ୍ଥା, ଔଷଧ ବିତରକ ଏବଂ ମେଡ଼ିକାଲ ଡିପୋର ସମସ୍ତ ତଥ୍ୟ ସଂକ୍ରାନ୍ତରେ ପ୍ରତିଦିନ ଅପ୍‌ଡେଟ୍ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ଟିମ୍‌ରେ ଡ୍ରଗ୍ସ ଇନ୍ସପେକ୍ଟର, ସ୍ପେଶାଲ ଟାସ୍କଫୋର୍ସ, କ୍ରାଇବ୍ରାଞ୍ଚର ଅଧିକାରୀ ଏବଂ ସ୍ଥାନୀୟ ପୁଲିସ ସାମିଲ ରହିଛନ୍ତି।


ପ୍ରକାଶ ଥାଉକି, କୋଭିଡ୍ଔଷଧ କଳା ବଜାରୀ ରୋକିବାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ, କ୍ରାଇବ୍ରାଞ୍ଚ, ଯଶୋୱନ୍ତ ଜେଠୱା, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଏବଂ ଡ୍ରଗ୍ସ କ​‌େ​‌ଣ୍ଟ୍ରାଲଙ୍କୁ ନେଇ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇଛି। କଟକ-ଭୁବନେଶ୍ୱରରେ କଳାବଜାରୀ ରୋକିବାକୁ ୭ଟି ଫ୍ଲାଇଂ ସ୍କ୍ବାର୍ଡ ଟିମ୍ ଗଠନ କରାଯାଇଥିବାବେଳେ ରାଜ୍ୟର ଅନ୍ୟ ଜିଲ୍ଲାରେ ୧୫ଟି ସ୍କ୍ବାର୍ଡ କାର୍ଯ୍ୟକରୁଛି।
ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଶ୍ରୀଜେଠୱା ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟର ଦୈନନ୍ଦିନ ସମୀକ୍ଷା କରୁଛନ୍ତି। ଏହାସହ କୌଣସି ସ୍ଥାନରେ କଳାବଜାର ହେଉଥିବା ଖବର ପାଇଲେ ଚଢଉ କରାଯିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେଚେତାବନୀ ଦେଇଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories