ଅସରାଏ ବର୍ଷାରେ ସାହାରପଡା ବଜାର ଵେହାଲ
ପାଟଣା – ସାହାରପଡା ବଜାର ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ ନାମକୁ ମାତ୍ର । ବର୍ଷା ପାଣି ଡ୍ରେନରେ ନ ଯାଇ ରାସ୍ତା ଉପରେ ପ୍ରଭାବିତ ହଉଛି । ତେବେ ଏହି ଡ୍ରେନ ଗୁଡିକୁ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ନିର୍ମାଣ କରିଥିବା ବେଳେ ବଜାରର ପ୍ରତେକ ଡ୍ରେନ ଗୁଡିକରେ ମୁଖ୍ୟ ରାସ୍ତା ର ପାଣି ଓ ବଜାର ଅଞ୍ଚଳ ର ପାଣି ନିଷ୍କାସନ ପାଇଁ ରାସ୍ତା ନଥିବାରୁ ବର୍ଷା ହେଲେ ସମ୍ପୂର୍ଣ ବର୍ଷା ପାଣି ରାସ୍ତା ଉପରେ କୁତ୍ରିମ ନାଳ ସଦୃଶ୍ୟ ହୋଇ ପ୍ରବାହିତ ହେଉଛି । ଏଥିଯୋଗୁଁ ଯାତାୟତ ପାଇଁ ବାଧାପ୍ରାପ୍ତ ସୃଷ୍ଟି ହଉଥିବା ନଜର କୁ ଆସିଛି I ସେହିପରି ବ୍ଲକ ରାସ୍ତାର ମୁଖ୍ୟ ବଜାର ନିକଟରେ ମଧ୍ୟ୍ୟ ରାସ୍ତା ଉପରେ ଏକ କୁତ୍ରିମ ପୋଖରୀ ସଦୃଶ୍ୟ ହୋଇଥିବା ବେଳେ ବ୍ଲକ, ତହସିଲ, ବ୍ୟାଙ୍କ ଏବଂ ମାଛଗଡ଼ କୁ ଯାଉଥିବା ପଥଚାରି ଙ୍କ ପାଇଁ ଯାତାୟତରେ ବହୁ ଅସୁବିଧା ହେଉଥିବା ଦେଖାଯାଇଛି । ଏହା ସହ ସେହି ସ୍ଥାନରେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି I ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି I
Comments are closed.