ଆନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ-୨୦୨୩ ପାଳିତ
ଚୌଦ୍ୱାର : ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଓ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ କରଞ୍ଜୀ ପଞ୍ଚାୟତର ହରିଡାପାଳ ଗ୍ରାମରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏଥି ସହିତ ଅଞ୍ଚଳର ନିରକ୍ଷର କିଶୋରୀ ବାଳିକା ଓ ମହିଳା ମାନଙ୍କ ପାଇଁ ୬ଗୋଟି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଟାଙ୍ଗୀ-ଚୌଦ୍ୱାର ବ୍ଲକ ବିଡିଓ ଆଶୁତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ମହତ୍ୱ ସଂପର୍କରେ ଆଲୋଚନା କରିବା ସହିତ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ୨୦୨୩ର ବର୍ଷର ସ୍ଳୋଗାନ ‘ପରିବର୍ତ୍ତନ ସମୟରେ ଏକ ବିଶ୍ୱ ପାଇଁ ସାକ୍ଷରତାକୁ ପ୍ରୋତ୍ସାହନ ତଥା ସ୍ଥାୟୀ ଏବଂ ଶାନ୍ତିପୁର୍ଣ୍ଣ ସମାଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସରପଞ୍ଚ ମହେଶ୍ୱର ମହନ୍ତ, ଖବରଦାତା ମହେନ୍ଦ୍ର କୁମାର ବିଶ୍ୱାଳ, ଇମ୍ଫାର ଜିଏମଜି ଏସ୍.ପି ରାଓ, ସାଧାରଣ ପ୍ରଶାସକ ଡିଜିଏମ ଧୃବ ଚରଣ ରାଉତ, ଲୋକ ସଂପର୍କ ସିନିୟର ମ୍ୟାନେଜର ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୋଷ୍ଠି ଶିକ୍ଷା କେନ୍ଦ୍ର ଦ୍ୱାରା ନିରକ୍ଷରତା ଦୂର ହେବା ସହିତ ଅନେକ ପରିମାଣର ସ୍ୱାସ୍ଥ୍ୟ ତଥା ଜୀବନ ଜିବୀକା ଆଦି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ଫାଉଣ୍ଡେସନ ତରଫରୁ ଡିଜିଟାଲ ବିଭାଜନଙ୍କୁ କମ କରିବା ପାଇଁ ଗୋଷ୍ଠି ଶିକ୍ଷାକେନ୍ଦ୍ରର ଶିକ୍ଷୟତ୍ରୀ ମାନଙ୍କୁ ୬ଟି ଟାବଲେଟ ଓ ସ୍ପିକର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ୧୩୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ। ଫାଉଣ୍ଡେସନ ତରଫରୁ ଗତ ୨ବର୍ଷ ମଧ୍ୟରେ ଗୋଷ୍ଠି ଶିକ୍ଷା କେନ୍ଦ୍ର ମାଧ୍ୟମରେ ଟାଙ୍ଗୀ-ଚୌଦ୍ୱାର ଅଂଚଳରେ ୩୪୧ଜଣ କିଶୋରୀ ବାଳିକା ଓ ମହିଳା ମାନଙ୍କୁ ମାଗଣାରେ ଶିକ୍ଷାପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ୧୮୦ଜଣ ଆଦିବାସୀ ମହିଳାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ଯୋଜନା ରହିଥିବା ଜିଜିଏମ ରାଓ ପ୍ରକାଶ କରିଛନ୍ତି।ଫାଉଣ୍ଡେସନର ଅଧିକାରୀ ଆଶିଷ ଦାସ, ଚନ୍ଦ୍ର ଶେଖର ମହାପାତ୍ର, ଶୁଭଶ୍ରୀ ନାୟକ, ଜ୍ଞାନ ରଞ୍ଜନ ବେହେରା,ମନୋଜ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.