ଇମ୍‍କାର ବାର୍ଷିକ ସମ୍ମିଳନୀକୁ କନେକ୍‍ସନ ୨୦୨୨, ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ପ୍ରସ୍ତାବ

ଦୁଇ ସାମ୍ବାଦିକଙ୍କୁ ଇଫକୋ ଇମ୍‍କା ପୁରସ୍କାର

ଭୁବନେଶ୍ୱର: ଭାରତୀୟ ଜନ ସଞ୍ଚାର ସଂସ୍ଥାନର ପୁରାତନ ଛାତ୍ର ସଂସଦ(ଇମ୍‍କା) ଓଡିଶା ଶାଖାର ୧୦ମ ବାର୍ଷିକ ସମ୍ମିଳନୀ ‘କୁ’ କନେକସନ ୨୦୨୨’ ଅନୁଷ୍ଠିତ ହୋଇଛି। ରବିବାର ସନ୍ଧ୍ୟାରେ ହୋଟେଲ ମାରିଅନରେ ଆୟୋଜିତ କାର୍ୟ୍ୟକ୍ରମରେ ‘ଷଷ୍ଠ ଇଫ୍‍କୋ ଇମ୍‍କା ପୁରସ୍କାର’ ପ୍ରଦାନ କରାଯାଇଥିଲା।

prayash

ବରିଷ୍ଠ ସାମ୍ବାଦିକା ଶାରଦା ଲାହଙ୍ଗୀରଙ୍କୁ ‘ଜର୍ଣ୍ଣାଲିଷ୍ଟ ଅଫ୍‍ ଦ ଇୟର’(ପ୍ରକାଶନ) ଭାବେ ପୁରସ୍କୃତ କରାଯାଇଥିଲା। ସେ ଦୀର୍ଘ ଦିନ ଧରି ମାଓବାଦୀ ପ୍ରଭାବିତ ଅଞ୍ଚଳର ସାଧାରଣ ଲୋକଙ୍କ ସମସ୍ୟା ଓ ମହିଳା, ଶିଶୁ ସମ୍ପର୍କୀତ ଖବର ପରିବେଷଣ କରିଆସୁଛନ୍ତି। ଭାରତୀୟ ଭାଷା ରିପୋର୍ଟର ଅଫ୍‍ ଦ ଇୟର(ପ୍ରସାରଣ) ଭାବେ ଜ୍ୟୋତିସ୍ମିତା ନାୟକ ପୁରସ୍କୃତ ହୋଇଥିଲେ। ଜ୍ୟୋତିସ୍ମିତା ଯାଜପୁର କଳିଙ୍ଗର ନଗରର ପରିବେଶ ସମସ୍ୟା ଓ ସ୍ଥାନୀୟ କୃଷକଙ୍କ ଉପରେ ଉଲ୍ଲେଖନୀୟ ସାମ୍ବାଦିକତା କରିଛନ୍ତି ।
କାର୍ୟ୍ୟକ୍ରମରେ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍‍କାର କାର୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିବା ଦରକାର। ଏ ଦିଗରେ ଇମ୍‍କା ଭଲ ଉଦ୍ୟମ କରିଆସୁଛି। ଆଇଆଇଏମ୍‍ସିର ପୁରାତନ ଛାତ୍ରଛାତ୍ରୀ ସବୁ କ୍ଷେତ୍ରରେ ଭଲ କାମ କରି ଅନୁଷ୍ଠାନର ଗୌରବ ବଢ଼ାଇ ଆସୁଛନ୍ତି। ସବୁ ସମୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଗୌରବକୁ ବଜାୟ ରଖିବା ପାଇଁ ପ୍ରଫେସର ଚାଟାର୍ଜୀ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।

ଓଡ଼ିଶା ଶାଖା ସଭାପତି ସଞ୍ଜୟ ସାହୁ ସଭାପତିତ୍ୱ କରିଥିଲେ। ପ୍ରତିଷ୍ଠାତା ସଦସ୍ୟ ରିତେଶ ବର୍ମା ସଂସଦର ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ କହିଥିଲେ। କରୋନା ମହାମାରୀ ସମୟରେ ସାମ୍ବାଦିକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରିଆସୁଛନ୍ତି। ସେମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ନେଇ ଇମ୍‍କା ଯୋଜନା କରୁଛି। ଖୁବ୍‍ ଶୀଘ୍ର ପୁରାତନ ଛାତ୍ରଛାତ୍ରୀ ତଥା ସାମ୍ବାଦିକଙ୍କ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ ବୀମା କରିବା ନେଇ ଘୋଷଣା କରିଥିଲେ। ଏଥିରେ ଅଧିକରୁ ଅଧିକ ସଦସ୍ୟ ଯୋଡ଼ି ହୋଇ ସୁବିଧା ହାସଲ କରିବାକୁ କହିଥିଲେ।
ଏହି ଅବସରରେ ସଂସ୍ଥାନର ରୌପ୍ୟ ଜୟନ୍ତୀ ବ୍ୟାଚ୍‍(୧୯୯୬-୯୭) ଛାତ୍ରଛାତ୍ରୀ ବରିଷ୍ଠ ସାମ୍ବାଦିକ ଯଯାତି କରନ, ଶାରଦା ଲାହାଙ୍ଗୀର, ତପନ ସ୍ୱାଇଁ, ପବିତ୍ର ମୋହନ ସେନାପତି, ସଙ୍ଗିତା ଅଗ୍ରୱାଲ, ପ୍ରଦୀପ୍ତ ତ୍ରିପାଠୀଙ୍କୁ ଇମ୍‍କା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦ୍ରୀୟ କମିଟିର ପରିଚାଳନା ପରିଷଦ ସଦସ୍ୟ ଦାଦନ ବିଶ୍ୱକର୍ମା ଯୋଗ ଦେଇଥିଲେ। ଓଡ଼ିଶା ଶାଖା ସମ୍ପାଦକ ଜ୍ୟୋତି ପ୍ରକାଶ ମହାପାତ୍ର, ସମସ୍ତ କାର୍ୟ୍ୟକର୍ତ୍ତା କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ବ୍ୟାଚ୍‍ର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କର୍ମମୟ ଜୀବନରୁ ଟିକିଏ ଅବସର ପାଇ ସହପାଠୀମାନେ ପରସ୍ପର ଭାବ ବିନିମୟ କରିଥିଲେ।

kalyan agarbati

Comments are closed.