www.samajalive.in
Friday, December 12, 2025
14.1 C
Bhubaneswar

ଆଇଆଇଟି ଏମ୍‌.ଟେକ୍‌ ଫି’ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ପ୍ରା​ଦ୍ୟୋଗିକ ସଂସ୍ଥାନ ବା ଆଇଆଇଟିରେ ଏମ୍‌.ଟେକ୍‌ (ସ୍ନାତକୋତ୍ତର) ଶିକ୍ଷା ପାଇଁ ଦେୟ ବାର୍ଷିକ ୨ଲକ୍ଷ ଟଙ୍କାକୁ ବୃଦ୍ଧିକରାଯାଇଛି। କେନ୍ଦ୍ର ମାନବସମ୍ବଳ ବିଭାଗ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଇଆଇଟି କାଉନ୍‌ସିଲ ବୈଠକରେ ଏହି ଦେୟ (ଫି) ବୃଦ୍ଧି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏମ୍‌.ଟେକ୍‌ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଇ କାଉନ୍‌ସିଲ ଦେୟ ସିଧା ୧୦ଗୁଣ; ଅର୍ଥାତ୍‌ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ବି.ଟେକ୍‌ ଶିକ୍ଷା ପାଇଁ ମଧ୍ୟ ସମାନ ପରିମାଣ ଦେୟ ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୦୨୦ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ଛାତ୍ରଙ୍କୁ ଏକକାଳୀନ ୩ବର୍ଷ ପାଇଁ ଏହି ଫି’ ଦାଖଲ କରିବାକୁ ହେବ। ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସରକାର ଶିକ୍ଷା ଋଣ ଯୋଗାଇଦେବା ସହ ପ୍ରତ୍ୟକ୍ଷ ଲାଭ ବ୍ୟବସ୍ଥା (ଡିବିଟି) ଯୋଗେ ଏହା ଭରଣା କରିବେ।

ସମ୍ପ୍ରତି ପ୍ରତ୍ୟେକ ଛାତ୍ର ବା ଛାତ୍ରୀଙ୍କଠାରୁ ଫି’ ବାବଦରେ ବାର୍ଷିକ ୨୦ରୁ ୫୦ ହଜାର ପର୍ୟ୍ୟନ୍ତ ଆଦାୟ ହେଉଛି। ସରକାର ପ୍ରତି ପିଲା ପିଛା ବାର୍ଷିକ ପ୍ରାୟ ୭ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ଏହାଛଡ଼ା ‘ଗେଟ୍‌’ ଉତ୍ତୀର୍ଣ୍ଣ ଛାତ୍ରାଛାତ୍ରୀଙ୍କ ପିଛା ମାସିକ ୧୨ ହଜାର ୪୦୦ଟଙ୍କା ଖାଇବା ଖର୍ଚ୍ଚ ପ୍ରଦାନ କରାଯାଉଛି; ଯାହାକୁ କାଉନ୍‌ସିଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଅପରପକ୍ଷରେ ବି.ଟେକ୍‌ରେ ଭଲ ପ୍ରଦର୍ଶନ କରୁ ନ ଥିବା ଛାତ୍ରଛାତ୍ରୀ ଯଦି ଅଧାରୁ ପାଠ ଛାଡ଼ିବାକୁ ଚାହିଁବେ ସେମାନଙ୍କୁ ଦ୍ବିତୀୟ ସେମିଷ୍ଟର ପରେ ବି.ଏସ୍‌ସି ଡିଗ୍ରୀ ପ୍ରମାଣପତ୍ର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏତଦ୍‌ବ୍ୟତୀତ ପ୍ରଥମ ଥର ପାଇଁ ଆଇଆଇଟି ଅଧ୍ୟାପକମାନଙ୍କ ପାରଦର୍ଶିତା (ପରଫରମାନ୍ସ) ଯାଞ୍ଚ ବ୍ୟବସ୍ଥା ମଧ୍ୟ କାର୍ୟ୍ୟକାରୀ କରାଯାଇଛି। ପ୍ରତି ୫ବର୍ଷରେ ଏହି ଯାଞ୍ଚ କରାଯିବ ଏବଂ ଏଥିରେ ଯେଉଁମାନେ ଭଲ ପ୍ରଦର୍ଶନ ନ କରିବେ ସେମାନଙ୍କୁ ଚାକିରିରୁ ବାହାର କରିବା ବ୍ୟବସ୍ଥା ହୋଇଛି। ଭାରତରେ ସମ୍ପ୍ରତି ୨୩ଟି ଆଇଆଇଟି ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories