mission shakti banner

ଏବର୍ଷ ଆଇଆଇଟିରେ ମହିଳାଙ୍କ ପାଇଁ ଅଧିକ ୭୭୯ ଆସନ

nua o banner
0

ନୂଆଦିଲ୍ଲୀ : ବି.ଟେକ୍‌ ପାଠ୍ୟକ୍ରମରେ ପ୍ରଚଳିତ ଲିଙ୍ଗଭିତ୍ତିକ ଅନୁପାତକୁ ଉନ୍ନତ କରିବା ନିମନ୍ତେ ଚଳିତ ଶିକ୍ଷାବର୍ଷ ଆଇଆଇଟିରେ ମହିଳାଙ୍କ ପାଇଁ ଅଧିକ ୭୭୯ଟି ଆସନର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ଗତବର୍ଷ ଆୟୋଜିତ ଆଇଆଇଟି କାଉନସିଲ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ଆଇଆଇଟିରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଆସନ ସଂଖ୍ୟା ସହ ଅତିରିକ୍ତ ୭୭୯ଟି ଆସନ ବୃଦ୍ଧି ପାଇବ। ଯେପର୍ଯ୍ୟନ୍ତ ଆଇଆଇଟିରେ ମହିଳା ଶିକ୍ଷାର୍ଥୀଙ୍କ ସଂଖ୍ୟା ୨୦ ପ୍ରତିଶତରେ ନ ପହଞ୍ଚିଛି, ସେ ପର୍ଯ୍ୟନ୍ତ ସେମାନଙ୍କର ଆସନ ସଂଖ୍ୟାକୁ ବୃଦ୍ଧି କରାଯିବ ବୋଲି ଜଣାପଡିଛି। ବର୍ତ୍ତମାନ ଦେଶର ସବୁ ଆଇଆଇଟିରେ ମହିଳା ଶିକ୍ଷାର୍ଥୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ ରହିଛି। ୭୭୯ ମଧ୍ୟରୁ ଆଇଆଇଟି ଖଡଗପୁରରେ ୧୧୩, ଆଇଆଇଟି ଧାନବାଦରେ ୯୫, ଆଇଆଇଟି କାନପୁରରେ ୭୯, ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ୭୬, ଆଇଆଇଟି ରୁର୍‌କିରେ ୬୮, ଆଇଆଇଟି ଦିଲ୍ଲୀରେ ୫୯, ଆଇଆଇଟି ବମ୍ବେରେ ୫୮ ଓ ଆଇଆଇଟି ଗୁଆହାଟୀରେ ୫୭ଟି ଅଧିକ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।

Leave A Reply