www.samajalive.in
Monday, December 15, 2025
24.1 C
Bhubaneswar

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ପାଇଁ ଟିକଟ କଳାବଜାରି: ଜଣେ ଅଭିଯୁକ୍ତ ଗିରଫ, ୨ ଟିକଟ ଜବତ

ମୁମ୍ବାଇ: ଆସନ୍ତା ବୁଧବାର ଚଳିତ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡେରେ ଖେଳାଯିବ। ଚଳିତ ବିଶ୍ବକପର ଅପରାଜେୟ ଭାରତର ମୁକାବିଲା ୨୦୧୯ ବିଶ୍ୱକପର ରନର୍ସ ଅପ ନ୍ୟୁଜିଲ୍ୟାଣ୍ଡ ସହ ହେବ। ଖେଳ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ବିଶ୍ବକପ ସେମିଫାଇନାଲ ମ୍ୟାଚ ଦେଖିବାକୁ ଏବେ ଟିକଟ କଳାବଜାରୀ ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାବେଳେ ବିପୁଳ ସଂଖ୍ୟାରେ ଏହି ମ୍ୟାଚର ଟିକଟ କଳାବଜାରି ହେଉଛି। ଗୋଟିଏ ଟିକଟ ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରୀ ହେଉଥିଛି। ମୁମ୍ବଇରେ ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚ ଟିକଟ କଳାବଜାରିବେଳେ ମୁମ୍ବଇ ପୁଲିସ ଧରିବାରେ ସଫଳ ହୋଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଭାରତ ଓ ସେମିଫାଇନାଲ ମ୍ୟାଚ ଟିକଟ କଳାବଜାରୀ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ୨ଟି ଟିକଟ ଜବତ କରାଯାଇଛି ବୋଲି ମୁମ୍ବାଇ ଜୋନ ୧ ଡିସିପି ପ୍ରବୀଣ ମୁଣ୍ଡେଙ୍କ ସୂଚନା ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories