www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ୨.୦ ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର ବଣ୍ଟନ

ଗୋପାଳପୁର: ଗୋଳନ୍ଥରାସ୍ଥିତ ଇଣ୍ଡିଆନ ଗ୍ରାମୀଣ ବିତରକ ଡିଷ୍ଟ୍ରିବ୍ୟୁଟର ତରଫରୁ କୋଳଥିଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ୨.୦ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଇଣ୍ଡିଆନ୍ ଅଏଲ କର୍ପୋରେସନର ଜିଲ୍ଲା ଅଧିକାରୀ ଅଙ୍କିତା ଚାଙ୍ଗମୟୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କୋଳଥି ଗାଁ ସରପଞ୍ଚ ଜଗମୋହନ ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଶକ୍ତି ଇଣ୍ଡିଆନ୍ ଗ୍ରାମୀଣ ବିତରକ ଡିଷ୍ଟ୍ରିବ୍ୟୁଟର ସଂସ୍ଥାର ମୁଖ୍ୟ ଦୀପକ କୁମାର ଜେନା, ସମିତି ସଭ୍ୟା ପ୍ରତିନିଧି କାଳିଆ ବେହେରା ପ୍ରମୁଖ ଯୋଗଦେଇ ଉଜ୍ବଳା ଯୋଜନା ହିତାଧିକାରୀମାନଙ୍କୁ ମାଗଣା ଗ୍ୟାସ୍ ବଣ୍ଟନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମୋଟ ୧୭ ଜଣ ଗରିବ ହିତାଧିକାରୀଙ୍କୁ ମାଗଣା ଗ୍ୟାସ୍ ବଣ୍ଟନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଉଜ୍ବଳା ଦିଦି ଟୁନି ପାତ୍ର ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିବା ବେଳେ ଇଣ୍ଡିଆନ୍ ଅଏଲ ଏସ୍.ଡି.ପି ମିଟିକା ଗୌଡ ହିତାଧିକାରୀମାନଙ୍କୁ ଗ୍ୟାସର ସଠିକ୍ ଏବଂ ସୁରକ୍ଷିତ ବ୍ୟବହାର ସମ୍ପର୍କରେ ମା’ମାନଙ୍କୁ ସଚେତନ କରାଇଥିଲେ। ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ଜରିଆରେ ଗ୍ୟାସ୍ ସିଲିଣ୍ଡର, ଖାତା, ଚୁଲି, ରେଗୁଲେଟର, ସବୁ କିଛି ମାଗଣା ପାଇଥିବାରୁ ସମସ୍ତ ହିତାଧିକାରୀ ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories