www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପିକୁ ମେହବୁବା ମୁଫତିଙ୍କ କଟାକ୍ଷ; କହିଲେ ଜାମ୍ମୁ କାଶ୍ମୀରର ସମସ୍ତେ ଆତଙ୍କବାଦୀ କେବଳ ବିଜେପି କର୍ମୀ ପ୍ରକୃତ ହିନ୍ଦୁସ୍ତାନୀ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପିକୁ କଟାକ୍ଷ କରି ସେ କହିଛନ୍ତି ବିଜେପି ନେତାମାନେ ଜାମ୍ମୁ କାଶ୍ମୀରର ମୁସଲମାନମାନଙ୍କୁ ପାକିସ୍ତାନୀ, ସର୍ଦ୍ଦାରମାନଙ୍କୁ ଖାଲିସ୍ତାନୀ, ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ସହରୀ ନକ୍ସଲ ଏବଂ ଛାତ୍ରମାନଙ୍କୁ ଗ୍ୟାଙ୍ଗ ଏବଂ ଦେଶଦ୍ରୋହୀ ବୋଲି କହୁଛନ୍ତି। ତେବେ ମୁଁ ବୁଝିପାରୁନି ଯେ ଯଦି ସମସ୍ତେ ଆତଙ୍କବାଦୀ ତେବେ ଏହି ଦେଶରେ ହିନ୍ଦୁସ୍ତାନୀ କିଏ? କେବଳ ଭାରତୀୟ ଜନତା ପାର୍ଟି କର୍ମୀ? ବୋଲି ମେହବୁବା ମୁଫତି କହିଛନ୍ତି।

- Advertisement -

ରବିବାର ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଏକ ସଭାରେ ରାଜ୍ୟରେ ହୋଇଥିବା ଏହି ବଡ ଘୋଟାଲ ସମ୍ପର୍କରେ ବିବୃତ୍ତି କହିଥିଲେ ଯେ ଜାମ୍ମୁ କାଶ୍ମୀରରେ ରୋଶନୀ ଏକ ଯୋଜନା, କିନ୍ତୁ ଏହାକୁ ବର୍ତ୍ତମାନ ଏକ ଘୋଟାଲା ଭାବରେ ଉପସ୍ଥାପନ କରାଯାଉଛି। ସେ କହିଛନ୍ତି ଯେ ଯେଉଁଦିନରୁ ପିଡିପି ଜିଲା ବିକାଶ ପରିଷଦ ନିର୍ବାଚନରେ ​​ଭାଗ ନେବାକୁ ସ୍ଥିର କରିଛି, ସେବେଠାରୁ ଆମକୁ ଅଧିକ ହଇରାଣ କରାଯାଉଛି। ପିଏଜିଡି ପ୍ରାର୍ଥୀଙ୍କ ଉପରେ ପ୍ରତିବନ୍ଧକ ଲଗାଯାଉଛି। ସେମାନଙ୍କୁ ପ୍ରଚାର ପାଇଁ ବାହାରକୁ ଯିବାକୁ ଦିଆଯାଉ ନାହିଁ । ଏଭଳି ପରିସ୍ଥିତିରେ ଆମର ପ୍ରାର୍ଥୀମାନେ କିପରି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ? ବୋଲି ମେହବୁବା ମୁଫତି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ବିଜେପି ଜାମ୍ମୁ କାଶ୍ମୀରର ମୁସଲମାନମାନଙ୍କୁ ପାକିସ୍ତାନୀ, ସର୍ଦ୍ଦାରମାନଙ୍କୁ ଖାଲିସ୍ତାନୀ, ସାମାଜିକ କାର୍ଯ୍ୟକର୍ତ୍ତା ସହରୀ ନକ୍ସଲ ଏବଂ ଛାତ୍ରମାନଙ୍କୁ ଗ୍ୟାଙ୍ଗ ଏବଂ ଦେଶଦ୍ରୋହୀ ବୋଲି କହିଛନ୍ତି। ମୁଁ ବୁଝି ପାରୁ ନାହିଁ ଯେ ଯଦି ସମସ୍ତେ ଆତଙ୍କବାଦୀ ତେବେ ଏହି ଦେଶରେ ହିନ୍ଦୁସ୍ତାନୀ କିଏ? କେବଳ ଭାରତୀୟ ଜନତା ପାର୍ଟି କର୍ମୀ କି ବୋଲି ମେହବୁବା କହିଛନ୍ତି।

ମେହବୁବା ଆହୁରୀ ମଧ୍ୟ କହିଛନ୍ତି ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁନଃ ପ୍ରଣୟନ କରିବା ପାର୍ଇ ଦାବି କରିଆସୁଥିବାରୁ ବିଜେପି ମୋତେ ଟାର୍ଗେଟ କରୁଛି। ସେମାନେ ମୋ ପାର୍ଟିକୁ ବାରଣ କରିବାକୁ ଚାହୁଁଛନ୍ତି, କାରଣ ମୁଁ ସ୍ୱର ଉତ୍ତୋଳନ କରୁଛି । ଜାମ୍ମୁ କାଶ୍ମୀରରେ ଲାଗି ରହିଥିବା ସମସ୍ୟାର ସମାଧାନ ଲାଗି ଧାରା ୩୭୦ ପୁନଃ ପ୍ରଣୟନ ଜରୁରୀ। ଯେପର୍ଯ୍ୟନ୍ତ ସରକାର ଧାରା ୩୭୦ ପୁନଃ ପ୍ରଣୟନ ନକରନ୍ତି, ସେପର୍ଯ୍ୟନ୍ତ ଏହି ସମସ୍ୟା ରହିବ। ମନ୍ତ୍ରୀମାନେ ଆସିବେ। କେବଳ ସାଧାରଣ ନିର୍ବାଚନ କରି ଦେଲେ ସମସ୍ୟା ସମାଧାନ ନୁହେଁ ବୋଲି ମେହବୁବା ମୁଫତି କହିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories