www.samajalive.in
Monday, December 15, 2025
24.1 C
Bhubaneswar

ଶିକାର କରିବାକୁ ଯାଇ ଶିକାରୀ ମୃତ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିକାର କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟ ଘଟିଛି। ମୃତ ଯୁବକଜଣକ ହେଉଛନ୍ତି ବି.ଡକେବାଡ଼ି ଗ୍ରାମର କ୍ରୀଷ୍ଣା ନାୟକ (୨୮)।

ସୂଚନା ଅନୁସାରେ, ଶନିବାର ବି.ଡକେବାଡ଼ି ଗ୍ରାମର ୪ ରୁ ୫ ଜଣ ଶିକାରୀ ଜଙ୍ଗଲକୁ ବିଭିନ୍ନ ମାରଣାସ୍ତ୍ର ସହିତ ଦେଶୀ ବନ୍ଧୁକ ଧରି ଯାଇଥିଲେ। ତେବେ ରବିବାର ଅପରାହ୍ନରେ ଶିକାରକୁ ଯାଇଥିବା ସହଯୋଗୀ ଶିକାରୀମାନେ କ୍ରୀଷ୍ଣାଙ୍କ ମୃତଦେହ ଧରି ତାଙ୍କ ଘରେ ପହଞ୍ଚିଥିଲେ। ଏନେଇ ସୋମବାର ସକାଳୁ ଦାରିଙ୍ଗବାଡ଼ି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଦାରିଙ୍ଗବାଡ଼ି ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଥାନା ଅଧିକାରୀ କୌଶିକ ମାଝି ପ୍ରକାଶ କରିଛନ୍ତି। ଏହା ସହିତ ଘଟଣାରେ ଏକାଧିକ ଲୋକଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଥିବା ସେ ପ୍ରକାଶ କହିଛନ୍ତି। ତେବେ କ୍ରିଷ୍ଣାଙ୍କ ମୃତ୍ୟ କିଭଳି ହୋଇଛି, ନିଜ ବନ୍ଧୁକରୁ ଗୁଳି ଫୁଟି ହୋଇଛି କି ସହଯୋଗୀ ଶିକାରୀର ଗୁଳିରେ ମୃତ୍ୟ ଘଟିଛି ସେ ନେଇ ପୁଲିସ ତଦନ୍ତ କରୁଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories