ଭୁବନେଶ୍ଵର: ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଦେଶର ବିଭିନ୍ନ ସ୍ଥାନରେ ପିଆଜ ମୂଲ୍ୟ ୧୦୦ ଟଙ୍କା ଛୁଇଁଛି। ରାଜଧାନୀ ଭୁବନେଶ୍ଵର ବଜାରରେ ବି ପିଆଜ ଦର ୧୦୦ ଟଙ୍କାରେ ପହଞ୍ଚିଛି। ଏହାର ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ରାଜଧାନୀରେ ପିଆଜ ବିକ୍ରି କରାଯାଇଛି। ସୋମବାର କଂଗ୍ରେସ ନେତା ଓ ସଦସ୍ୟମାନେ ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ମଧ୍ୟରେ କିଲୋ ପ୍ରତି ୪୦ ଟଙ୍କା ଦରରେ ପିଆଜ ବିକ୍ରି କରିଛନ୍ତି। ଗ୍ରାହକଙ୍କ ପିଛା ୨୫୦ ଗ୍ରାମ ପିଆଜ ବିକ୍ରି କରାଯାଉଥିବାବେଳେ ଏହାର ମୂଲ୍ୟ ୧୦ ଟଙ୍କା ରଖାଯାଇଛି।
Popular Categories



