www.samajalive.in
Monday, December 15, 2025
26.1 C
Bhubaneswar

ରନ୍ଧନ ଗ୍ୟାସ ଲିକ୍‌ରୁ ଅଘଟଣ; ୩ ଆହତ

ନିରାକାରପୁର: ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ଼ପାଟଣା ଗ୍ରାମରେ ରନ୍ଧନ ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ଡ ଘଟି ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଘରର କାନ୍ଥ ମଧ୍ୟ ଫାଟିଥିବା ଦେଖିବାକୁ ମିଳିଛି।

- Advertisement -

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ତପନ ପ୍ରଧାନ ନାମକ ବ୍ୟକ୍ତିଙ୍କ ଘରେ ରନ୍ଧନ ଗ୍ୟାସ ଲିକ୍ ହୋଇଥିଲା। ଏହାପରେ ସେ ଓ ତାଙ୍କ ପତ୍ନୀ ଗୀତାଞ୍ଜଳୀ ରୋଷଇ ଘରେ ଥିବା ବେଳେ ଇଲେକ୍ଟ୍ରିକ୍ ସୁଇଚ୍ ମାରିବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ତପନ ଓ ଗୀତାଞ୍ଜଳୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଟାଙ୍ଗୀରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲାକ୍ଷ ତପନଙ୍କ ସାନଭାଇ ଦୁହିଁଙ୍କୁ ଉଦ୍ଧାର କରି ନିଜ ମାଲବୁହା ବୋଲର ଗାଡ଼ିରେ ଖୋର୍ଦ୍ଧା ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ସେମାନଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଦୁହିଁଙ୍କୁ ଉଦ୍ଧାର କରିବା ସମୟରେ ତାଙ୍କ ଶରୀରର କିଛି ସ୍ଥାନ ମଧ୍ୟ ପୋଡ଼ି ଯାଇଥିବା ସୂଚନା ମିଳିଛି। ତେବେ ତପନ ଓ ପତ୍ନୀ ଗୀତାଞ୍ଜଳୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନାରୁ ସୂଚନା ମିଳିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories