www.samajalive.in
Sunday, December 7, 2025
18.1 C
Bhubaneswar

ବାସ୍‌ ଏହି ଗୋଟିଏ କ୍ଲିକ୍‌; ଫୋନ୍‌କୁ ଆସିବ ନାହିଁ ଗୋଟିଏ ବି ସ୍ପାମ୍‌ କଲ୍‌..

ସ୍ପାମ୍‌ କଲ୍‌ କାରଣରୁ ଅନେକ ଅଧିକାଂଶ ସମୟରେ ଚିନ୍ତିତ ହେବା ସହ ନାନାଦି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଅଧିକାଂଶ ସମୟରେ କ୍ରେଡିଟ୍‌ କାର୍ଡ, ଲୋନ୍‌ ସହ ଅନ୍ୟାନ୍ୟ ଅଫର୍‌ର ଲୋଭ ଦେଖାଇ କଲ୍‌ କରିଥାନ୍ତି ସାଇବର ଲୁଟେରା । ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ଡିଏନ୍‌ଡିର ବ୍ୟବହାର କରି ଥାନ୍ତି । ଏହାଦ୍ୱାରା ସ୍ପାମ୍‌ କଲ୍‌ କମ୍‌ ହୋଇଥାଏ, ମାତ୍ର ସମ୍ପୂର୍ଣ୍ଣ ବନ୍ଦ ହୋଇନଥାଏ ।

ଆପଣ ମଧ୍ୟ ସ୍ପାମ୍‌ କଲ୍‌ରୁୁ ମୁକ୍ତି ପାଇବାକୁ ଇଚ୍ଛା କରୁଥିଲେ, ଫୋନ୍‌ରେ ଏକ ସେଟିଙ୍ଗ୍‌ ଅନ୍‌ କରିବାକୁ ପଡିବ । ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କୁ ଏହି ଖାସ୍‌ ଫିଚର୍‌ ମିଳିଥାଏ ।

ନୂଆବର୍ଷ ୨୦୨୫ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

- Advertisement -

ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ସର୍ବପ୍ରଥମେ ଡାଏଲରକୁ ଯିବାକୁ ପଡିବ । ଅର୍ଥାତ୍‌ ଯେଉଁଠାରେ ଆପଣ ନମ୍ବର ଡାଏଲ୍‌ କରି ଥାନ୍ତି । ଏଠାରେ ଶୀର୍ଷ ଉପରେ ଡାହାଣ ପଟେ ୩ଟି ବିନ୍ଦୁ ଉପରେ କ୍ଲିକ୍‌ କରିବାକୁ ପଡିବ । ଏହାପରେ ଆପଣଙ୍କୁ ସେଟିଙ୍ଗ୍‌ ବିକଳ୍ପ ମିଳିବ । ଏଥିରେ କ୍ଲିକ୍‌ କରିବା ପରେ ଆପଣଙ୍କୁ କଲର୍‌ ଆଇଡି ଓ ସ୍ପାମ୍‌ର ବିକଳ୍ପ ମିଳିବ ।

ବିଭିନ୍ନ ସ୍ମାର୍ଟ ଫୋନ୍‌ରେ ଏହି ଫିଚର୍‌ ଭିନ୍ନ ଭିନ୍ନ ନାମରେ ମିଳିଥାଏ। ଏହାପରେ ସ୍କ୍ରିନ୍‌ ଉପରେ ୨ଟି ବିକଳ୍ପ ମିଳିଥାଏ।
ସର୍ବପ୍ରଥମେ ଆପଣଙ୍କୁ କଲର୍‌ ଓ ସ୍ପାମ୍‌ ଆଇଡିର ଫିଚର୍‌ ଅନ୍‌ କରିବାକୁ ପଡିବ । ଏହାପରେ ଫିଲ୍ଟର ସ୍ପାମ୍‌ କଲ୍ସର ବିକଳ୍ପକୁ ଅନ୍‌ କରିବାକୁ ପଡିବ ।

ଏହି ୨ଟି ସେଟିଙ୍ଗ୍‌କୁ ଅନ୍‌ କରିବା ପରେ ଆପଣଙ୍କ ଫୋନ୍‌ରେ ଆସିବାକୁ ଥିବା ସ୍ପାମ୍‌ କଲ୍‌ ଆପେ ଆପେ ବ୍ଲକ୍‌ ହୋଇଯିବ । ଅନ୍ୟ କିଛି ଏଥିପାଇଁ କରିବାକୁ ପଡିବ ନାହିଁ ।
ଏହି ଫିଚର୍‌ କାରଣରୁ ଯେଉଁ ଗୁଡିକ ସ୍ପାମ୍‌ କଲ୍‌ ଭାବେ ଚିହ୍ନଟ ହୋଇଥାଏ, ସେସବୁ ଆପେ ଆପେ ବ୍ଲକ୍‌ ହୋଇଯାଏ।

ଏହି ରଙ୍ଗର କି ରୋଷେଇ ଘର କାନ୍ଥ,ସ୍ଲାବ୍‌; ହେବ କଳହ, ଧନ ଅଭାବ, ରୋଗ, ଜାଣନ୍ତୁ କେଉଁ ରଙ୍ଗ ଦେବ ଶୁଭଫଳ..

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories