www.samajalive.in
Tuesday, December 9, 2025
16.1 C
Bhubaneswar

ଏହି ରଙ୍ଗର କି ରୋଷେଇ ଘର କାନ୍ଥ,ସ୍ଲାବ୍‌; ହେବ କଳହ, ଧନ ଅଭାବ, ରୋଗ, ଜାଣନ୍ତୁ କେଉଁ ରଙ୍ଗ ଦେବ ଶୁଭଫଳ..

ବାସ୍ତୁ ଶାସ୍ତ୍ରରେ ଦିଗ ଓ ରଙ୍ଗର ଖୁବ୍‌ ମହତ୍ତ୍ୱ ରହିଛି । ମାନ୍ୟତା ଅନୁଯାୟୀ, ଘରର କାନ୍ଥ, ସ୍ଲାବ୍‌ର ରଙ୍ଗର ପ୍ରଭାବ ଘରର ବାସ୍ତୁ ଓ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ । ରୋଷେଇ ଘର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏଠାରେ ରଖା ଯାଉଥିବା ଜିନିଷ, ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ । ବିଶେଷ କରି ରୋଷେଇ ଘର କାନ୍ଥ ଓ ସ୍ଲାବ୍‌ । ଏହାର ରଙ୍ଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନଚେତ୍‌ ପରିବାର ସଦସ୍ୟ ସର୍ବଦା ମାନସିକ ଦୁଃଶ୍ଚିନ୍ତା ଓ ଅନ୍ୟାନ୍ୟ ସମସ୍ୟା ଭୋଗ କରନ୍ତି । ଘରେ କଳହ, ସ୍ୱାସ୍ଥ୍ୟଜନିତ ସମସ୍ୟା, ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ବାସ୍ତୁ ଅନୁଯାୟୀ ରଙ୍ଗ ଚୟନ କରିବା ଆବଶ୍ୟକ । ଜାଣନ୍ତୁ..

ବାସ୍ତୁ ଅନୁସାରେ ରୋଷେଇ ଘର ସ୍ଲାବ୍‌ କଳା ରଙ୍ଗର ହେବା ଉଚିତ୍‌ ନୁହେଁ । କଳା ରଙ୍ଗ କର୍ମଫଳ ଦାତା ଶନିଦେବଙ୍କ ରଙ୍ଗ । ତେଣୁ ରୋଷେଇ ଘର, ଶୟନ କକ୍ଷରେ ଏହି ରଙ୍ଗର ବ୍ୟବହାର କରିବା ଉଚିତ୍‌ ନୁହେଁ ।

- Advertisement -

କଳା ରଙ୍ଗର ସ୍ଲାବ୍‌ ହେବା ଦ୍ୱାରା ପରିବାର ସଦସ୍ୟ ସର୍ବଦା ଚିନ୍ତାଗ୍ରସ୍ତ ରହି ଥାଆନ୍ତି । ଆର୍ଥିକ ସମସ୍ୟା ହେବା ସହ ରୋଗ ଲାଗିରହିଥାଏ । କଳହ ହୋଇଥାଏ । ଘରର ମହିଳାଙ୍କର ପାଦ ସହ ଜଡିତ ସମସ୍ୟା ହୋଇଥାଏ । ଚକ୍ଷୁ ଜନିତ ସମସ୍ୟା ମଧ୍ୟ ହୋଇଥାଏ ।

ଏହି ରଙ୍ଗର କି ରୋଷେଇ ଘର କାନ୍ଥ,ସ୍ଲାବ୍‌; ହେବ କଳହ, ଧନ ଅଭାବ, ରୋଗ, ଜାଣନ୍ତୁ କେଉଁ ରଙ୍ଗ ଦେବ ଶୁଭଫଳ..

ଯେଉଁ ବ୍ୟକ୍ତି ବିଶେଷଙ୍କ ରୋଷେଇ ଘର ସ୍ଲାବ୍‌ର ରଙ୍ଗ ହାଲୁକା ଧଳା ରଙ୍ଗ ହୋଇଥାଏ, ସେମାନଙ୍କ ଘରେ ସଦାସର୍ବଦା ସୁଖସମୃଦ୍ଧି ରହିଥାଏ । ଉନ୍ନତି ହୋଇଥାଏ ।

ସ୍ୱାସ୍ଥ୍ୟ ଉତ୍ତମ ସହ କଳହ ହୋଇନଥାଏ। ଟଙ୍କାର ଅଭାବର ସାମ୍ନା କରିବାକୁ ପଡେ ନାହିଁ । ହାଲୁକା ଧଳା ସହ ହଳଦିଆ, ସବୁଜ, ପାଉଁଶିଆ, ମାଟିଆ ରଙ୍ଗର ମଧ୍ୟ ଶୁଭଙ୍କର ।

ବାସ୍ତୁ ଅନୁସାରେ, ଧଳା, ମାଟିଆ, ନୀଳ, ହଳଦିଆ, ସବୁଜ କିମ୍ବା ନାରଙ୍ଗୀ ରୋଷେଇ ଘରର କାନ୍ଥ ହେବା ଶୁଭଙ୍କର ।
ମାତ୍ର ଅତ୍ୟନ୍ତ ଗାଢ ରଙ୍ଗର କରନ୍ତୁ ନାହିଁ । ଗାଢ ରଙ୍ଗର ହେବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଘରେ ଅଶାନ୍ତି ଲାଗି ରହିଥାଏ । ସଦସ୍ୟଙ୍କ ମଧ୍ୟରେ ଅଯଥାରେ କଳହ ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories