www.samajalive.in
Wednesday, December 10, 2025
18.1 C
Bhubaneswar

ଗୁଣିଆର ହାଜତ ମୃତ୍ୟୁ ପରେ ଫିଟୁଛି ଗୁମର, ଘରୁ ବାହାରୁଛି ମାଳ ମାଳ କଙ୍କାଳ

ସମାଜ ଡିଜିଟାଲ ଡେସ୍କ: ଜେଜେ ମା’ ଅସୁସ୍ଥ ହେଲେ। ଚିକିତ୍ସାରେ ଅର୍ଥ ଖର୍ଚ୍ଚ ନ କରିବା ଲାଗି ତାଙ୍କୁ ମାରିଦେଲା। ନିଜ ଜନ୍ମ କଲା ମା’ ଅସୁସ୍ଥ ହେଲା। ତେଣୁ ତାଙ୍କୁ ବି ମାରିଦେଲା। କେବଳ ଏତିକି ନୁହେଁ, ନିଜ ଦାଦା ସମେତ ୧୨ ଜଣଙ୍କୁ ହତ୍ୟା କରିଥିବା ଜଣେ ଗୁଣିଆର ପୁଲିସ ହାଜତରେ ମୃତ୍ୟୁ ଘଟିଛି। ତଦନ୍ତ ପରେ ତା’ ଘରର ଶୌଚାଳୟ ତଳୁ ମାଳ ମାଳ କଙ୍କାଳ ବାହାରୁଛି। ଯାହାକୁ ନେଇ ପୁଲିସ ଏବେ ଚିନ୍ତାରେ। ଘଟଣା ସାରା ଗୁଜରାଟରେ ଚାଞ୍ଚଲ୍ୟ ଖେଳାଇଛି। ଗୁଣିଆ ଜଣକ କିପରି ଏକାଧିକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରି କି ୩ ବର୍ଷ ତଳେ ଯେଉଁ ମୃତ୍ୟୁ ଦୁର୍ଘଟଣାଜନିତ ଥିଲା ତାହା ହତ୍ୟାକାଣ୍ଡ ବୋଲି ଏବେ ପୁଲିସ ଜାଣିବାକୁ ପାଇଛି। ଘଟଣାଟି ଅହମ୍ମଦାବାଦର। ଅଭିଯୁକ୍ତ ହେଉଛି ନାଭାଲସିନ ଚାଭଡ଼ା।

ଚାଭଡ଼ାକୁ ଗତ ୧ତାରିଖରେ ସାରଖେଜ ପୁଲିସ ମୁମତପୁରାରୁ ଗିରଫ କରିଥିଲା। ସାନଦ ଅଞ୍ଚଳର ଅଭିଜିତସିନ ରାଜପୁତ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଯୋଜନା କରୁଥିବାବେଳେ ପୁଲିସ ଚଢ଼ାଉ କରି ତା’କୁ ଗିରଫ କରିଥିଲା। ଅଭିଜିତସିନଙ୍କୁ ଧନବୃଦ୍ଧି ଲାଗି ପୂଜା କରିବା ପାଇଁ ଚାଭଡ଼ା ପ୍ରବର୍ତ୍ତାଇଥିଲା। ପୂଜା ସମୟରେ ପାଣିରେ ବିଷ ମିଶାଇ ଅଭିଜିତସିନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଚାଭଡ଼ା। ହେଲେ ଚାଭଡ଼ାଙ୍କ ସାଥୀ ତଥା ଟାକ୍ସି ଚାଳକ ଏହା ଆଗୁଆ ଜାଣିଥିବାରୁ ପୁଲିସକୁ ଖବର ଦେଇଥିଲା। ଫଳରେ ପୁଲିସ ପହଞ୍ଚି ଚାଭଡ଼ାକୁ ରେଡ୍ ହ୍ୟାଣ୍ଡେଡ୍‌ ଧରିବା ସହିତ ଅଭିଜିତସିନକୁ ଉଦ୍ଧାର କରିଥିଲା। ଚାଭଡ଼ାକୁ ପଚରାଉଚରା ସମୟରେ ଯେଉଁ ତଥ୍ୟ ମିଳିଲା ତାହା ପୁଲିସକୁ ଆଶ୍ଚର୍ଯ୍ୟ କରିଥିଲା। ପୂର୍ବରୁ ସେ ୧୨ ଜଣଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଥିଲା।

- Advertisement -

୨୦୧୦ରେ ଚାଭଡ଼ାର ଜେଜେ ମା’ ମଙ୍ଗୁ ଭାନିଆ ବାର୍ଦ୍ଧକ୍ୟ ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ପିଛାରେ ଅର୍ଥ ଖର୍ଚ୍ଚ କରିବାକୁ ଚାଭଡ଼ା ଚାହୁଁ ନ ଥିଲା। ତେଣୁ ପାଣିରେ ସୋଡିଅମ ନାଇଟ୍ରାଇଟ ନାମକ ବିଷାକ୍ତ ପଦାର୍ଥ ମିଶାଇ ତା’ ଜେଜେ ମା’କୁ ପିଆଇ ହତ୍ୟା କରିଥିବା ଚାଭଡ଼ା। ଏହାର କିଛି ବର୍ଷ ବ୍ୟବଧାନରେ ସେ ତା’ ନିଜ ମା’ ସରୋଜ ଚାଭଡ଼ା ଏବଂ ଦାଦା ସୁର ଚାଭଡ଼ାଙ୍କୁ ଅନୁରୂପ ଭାବେ ହତ୍ୟା କରିଥିଲା।

୨୦୨୧ ଅଗଷ୍ଟ ୨୩ରେ ଚାଭଡ଼ାର ସାଙ୍ଗ ବିବେକ ଗୋହିଲଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଏହା ଦୁର୍ଘଟଣାଜନିତ ବୋଲି ପୁଲିସ ସନ୍ଦେହ କରି ମାମଲା ବନ୍ଦ କରିଦେଇଥିଲା। କିନ୍ତୁ ବିବେକକୁ ତା’ ସାଙ୍ଗ ଚାଭଡ଼ା ହିଁ ହତ୍ୟା କରିଥିବା ପୁଲିସ ଏବେ ଜାଣିବାକୁ ପାଇଛି। ଏହି ଭଳି ଭାବେ ସେ ମୋଟ ୧୨ ଜଣଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ଵୀକାର କରିଛି। ହାଜରେ ଚାଭଡ଼ା ପ୍ରାଣ ହରାଇବା ପରେ ପୁଲିସ ତା’ ଘରେ ଯାଞ୍ଚ କରିବା ସମୟରେ ଏକ ପରିତ୍ୟକ୍ତ ଶୌଚାଳୟ ଭିତରୁ ବହୁ କଙ୍କାଳ ଜବତ କରିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories