ଶୁକ୍ରବାର ରାଶିଫଳ

ମେଷ: କାର୍ଯ୍ୟରେ ନିର୍ଭରଶୀଳ ହୋଇପାରନ୍ତି। ରୋଜଗାର ପାଇଁ ଯେଉଁ ପନ୍ଥା ଅବଲମ୍ବନ କରିବେ ସେଥିରେ ପତ୍ନୀଙ୍କର ବିରକ୍ତି ଭାବ ଦେଖା ଦେଇପାରେ। ସାଧାରଣ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିପାରନ୍ତି।
ବୃଷ: ଧନହୀନ ହୋଇପାରନ୍ତି। ଗୃହରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଶତ୍ରୁହନ୍ତା ଓ ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ। କମନୀୟ ଶରୀର ଓ ସ୍ବଳ୍ପ ସୁଖ ଭୋଗୀ ହେବେ।
ମିଥୁନ: ସତ୍‌କର୍ମରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟ ବିଘ୍ନବହୁଳ ହୋଇପାରେ। ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ। ଯଶସ୍ବୀ ହେବେ।
କର୍କଟ: କଳ୍ପନା ବିଳାସୀ ହେବେ। ବ୍ୟବସାୟ ଲାଭଜନକ ହେବ। ଧର୍ମକାର୍ଯ୍ୟରେ ତତ୍ପର ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି। ଦ୍ରବ୍ୟକ୍ରୟର ସୂଚନା ମିଳୁଛି।
ସିଂହ: ଆୟ ଆଶାନୁରୂପ ହେବ। ସ୍ନେହ, ଶ୍ରଦ୍ଧା ମିଳିବ। ପଦୋନ୍ନତିର ସୂଚନା ମିଳୁଛି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶତ୍ରୁ ବିଜୟୀ ହେବେ। ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି।
କନ୍ୟା: ବିଦ୍ୟାରୂପକ ମହାଧନର ଅଧିକାରୀ ହୋଇପାରନ୍ତି। ସୁସ୍ଥ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ପ୍ରୀତିଲାଭ ହେବ। ସୁବକ୍ତା ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଭ୍ରମଣ ସୁଖପ୍ରଦ ହେବ।
ତୁଳା: ଧନକ୍ଷୟ ହେବାର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପର ଚର୍ଚ୍ଚାରେ ନିୟୋଜିତ ହେବେ। ଜଳଯାତ୍ରା ନ କରିବା ଭଲ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ବିଛା: ଦିନଟି ଶିବମୟ ହୋଇପାରେ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପତ୍ନୀ କଳା-କୁଶଳୀ ହୋଇପାରନ୍ତି।
ଧନୁ: ଚିନ୍ତାମୁକ୍ତ ହେବେ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ସର୍ବ ଶୁଭ ଆଶା କରାଯାଏ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତି ଲାଭ କରିବେ। ସୁଖୀ ହେବେ।
ମକର: କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବହୁ ସୁଖର ଅଧିକାରୀ ହେବେ।
କୁମ୍ଭ: ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କୃଷି କର୍ମ ପାଇଁ ପ୍ରୋତ୍ସାହନ ଦେଇପାରନ୍ତି। ଭୁଲ ବୁଝାମଣା ଘଟିପାରେ।
ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମ ତତ୍ପରତା ପ୍ରକାଶ ପାଇବ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଦେବଦର୍ଶନ ମିଳିବ। ଅଶାନ୍ତି ଦୂର ହେବ।

Comments are closed.