www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ନାବାଳକ ପୁଅକୁ ହତ୍ୟା ଘଟଣା: ଅଭିଯୁକ୍ତ ମାଆ ପୁଅଙ୍କୁ ନେଇ ସିନ୍ ରିକ୍ରିଏସନ୍‌

ଖଣ୍ଡପଡା: ଦୁଇ ନାବାଳକ ପୁଅକୁ ହତ୍ୟା ଘଟଣାରେ ସିନ୍ ରିକ୍ରିଏସନ୍ । ଅଭିଯୁକ୍ତ ମାଆ ପୁଅଙ୍କୁ  ଫତେଗଡ ଧାନଚେଙ୍ଗଡା ଗାଁରେ ଥିବା ଘରକୁ ନେଇ ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ। ୨ୟ ବିବାହ କରିବା ନିଶାରେ ବାପା ପୁଅମାନଙ୍କୁ ହତ୍ୟା କରି ଘରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ବାପା ପ୍ରକାଶ ମହାନ୍ତି ପୁଲିସ ଆଗରେ ସତ ମାନିଥିଲା। ଏହି ହତ୍ୟାକାଣ୍ଡରେ ଦୁଇ ନାବାଳକଙ୍କ ଜେଜେ ମା’ ବି ସାମିଲ ଥିଲା। ଉଭୟ ମା’ ପୁଅକୁ ଗିରଫ କରି ନୟାଗଡ ପୁଲିସ୍‌ କୋର୍ଟ ଚାଲାଣ କରିଛି। ଗତ ୧୦ ତାରିଖରେ ନୟାଗଡ ଜିଲା ଫତେଗଡ ଥାନା ଧାନଚାଙ୍ଗଡା ଗାଁରେ ରହୁଥିବା ପ୍ରକାଶଙ୍କ ଘରୁ ତାଙ୍କର ୨ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବାପାର ୨ୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ନାବାଳକ ଦ୍ବୟ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ବାପାର ୨ୟ ବିବାହକୁ ଦୁଇ ପୁଅ ବିରୋଧ କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଫଳରେ ପୁଲିସ ୨ ଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା। ମୃତକ ଦ୍ବୟଙ୍କ ବୟସ ୧୪ ଓ ୧୨ ବର୍ଷ ହେବ। ନାବାଳକଙ୍କ ମା’ଙ୍କର ୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିଲା। ଏହା ପରେ ପ୍ରକାଶ ୨ୟ ବିବାହ କରିବାକୁ ଇଚ୍ଛା କରିଥିଲେ। କିନ୍ତୁ ପିଲାମାନେ ଏଥିରେ ରାଜି ନ ଥିଲେ। ଯେଉଁଥିପାଇଁ ସେମାନଙ୍କୁ ବାପା ପ୍ରକାଶ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ଆଗରେ କହିଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories