www.samajalive.in
Saturday, December 6, 2025
26.1 C
Bhubaneswar

ଦୁଇ ନାବାଳକ ପୁଅକୁ ହତ୍ୟା ଘଟଣା: ଅଭିଯୁକ୍ତ ମାଆ ପୁଅଙ୍କୁ ନେଇ ସିନ୍ ରିକ୍ରିଏସନ୍‌

ଖଣ୍ଡପଡା: ଦୁଇ ନାବାଳକ ପୁଅକୁ ହତ୍ୟା ଘଟଣାରେ ସିନ୍ ରିକ୍ରିଏସନ୍ । ଅଭିଯୁକ୍ତ ମାଆ ପୁଅଙ୍କୁ  ଫତେଗଡ ଧାନଚେଙ୍ଗଡା ଗାଁରେ ଥିବା ଘରକୁ ନେଇ ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ। ୨ୟ ବିବାହ କରିବା ନିଶାରେ ବାପା ପୁଅମାନଙ୍କୁ ହତ୍ୟା କରି ଘରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ବାପା ପ୍ରକାଶ ମହାନ୍ତି ପୁଲିସ ଆଗରେ ସତ ମାନିଥିଲା। ଏହି ହତ୍ୟାକାଣ୍ଡରେ ଦୁଇ ନାବାଳକଙ୍କ ଜେଜେ ମା’ ବି ସାମିଲ ଥିଲା। ଉଭୟ ମା’ ପୁଅକୁ ଗିରଫ କରି ନୟାଗଡ ପୁଲିସ୍‌ କୋର୍ଟ ଚାଲାଣ କରିଛି। ଗତ ୧୦ ତାରିଖରେ ନୟାଗଡ ଜିଲା ଫତେଗଡ ଥାନା ଧାନଚାଙ୍ଗଡା ଗାଁରେ ରହୁଥିବା ପ୍ରକାଶଙ୍କ ଘରୁ ତାଙ୍କର ୨ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବାପାର ୨ୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ନାବାଳକ ଦ୍ବୟ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ବାପାର ୨ୟ ବିବାହକୁ ଦୁଇ ପୁଅ ବିରୋଧ କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଫଳରେ ପୁଲିସ ୨ ଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା। ମୃତକ ଦ୍ବୟଙ୍କ ବୟସ ୧୪ ଓ ୧୨ ବର୍ଷ ହେବ। ନାବାଳକଙ୍କ ମା’ଙ୍କର ୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିଲା। ଏହା ପରେ ପ୍ରକାଶ ୨ୟ ବିବାହ କରିବାକୁ ଇଚ୍ଛା କରିଥିଲେ। କିନ୍ତୁ ପିଲାମାନେ ଏଥିରେ ରାଜି ନ ଥିଲେ। ଯେଉଁଥିପାଇଁ ସେମାନଙ୍କୁ ବାପା ପ୍ରକାଶ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ଆଗରେ କହିଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories