ବେଆଇନ ଖଣିରେ ଚଢ଼ାଉ: ୩ ଜେସିବି, ୭ ଟ୍ରାକ୍ଟର ଜବତ

ଟାଙ୍ଗୀ: ବେଆଇନ ମାଙ୍କଡ଼ା ପଥର ଖଣିରେ ବଡ଼ ଧରଣର ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଟାଙ୍ଗୀ ଥାନା ଚଣ୍ଡେଶ୍ୱରରେ ଥିବା ବେଆଇନ ଖଣିରେ ଚଢ଼ାଉ କରାଯାଉଛି। ଟାଙ୍ଗୀ ପୁଲିସ ଚଢ଼ାଉ ସମୟରେ ୩ ଜେସିବି, ୭ ଟ୍ରାକ୍ଟର, ୨ ବାଇକ ଓ ୬ ପାୱାର ଟିଲର ଜବତ କରିଛି। ଏହି ଘଟଣାରେ ଟାଙ୍ଗୀ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Comments are closed.