ନବଜାତ ଶିଶୁ କନ୍ୟାର ମୃତଦେହକୁ ଝୁଣି ଖାଇଲେ କୁକୁର

ସୁନ୍ଦରଗଡ: ଆଜି ବି ଅଲୋଡା ଶିଶୁ କନ୍ୟା । ସୁନ୍ଦରଗଡ଼ ଟାଉନ ଥାନା ମହେଶଡିହି ଥିବ ପାର୍କ ନିକଟରେ ଅଭାବନୀୟ ଘଟଣା ଘଟିଛି। କେହି ଜଣେ ନବଜାତ ଶିଶୁକନ୍ୟା ର ମୃତଦେହ ଅଳିଆ ଗଦା ରେ ଫିଙ୍ଗି ଦେଇଥିବା ବେଳେ ତାକୁ ବୁଲା କୁକୁର ଝୁଣି ଖାଇଛନ୍ତି । କେହି ଗର୍ଭପାତ କରାଇ ମୃତଦେହ କୁ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। କୁକୁର ମୃତଦେହ କୁ ଝୁଣି ଖାଉଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍ କୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳକୁ ଆସି ମୃତଦେହ କୁ ଉଦ୍ଧାର କରିଛି ।
Comments are closed.