ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଏସ୍ଟିଏଫ୍ ସହ ମୁହାଁମୁହିଁ ଘଟଣାରେ ଗଞ୍ଜେଇ ମାଫିଆର ମୃତ୍ୟୁ ଘଟିଛି। ଗତକାଲି ଖାରି ବ୍ରିଜରୁ ନଦୀକୁ ଡେଇଁ ଗଞ୍ଜେଇ ମାଫିଆ ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏସଟିଏଫ୍ କବଳରୁ ବର୍ତ୍ତିବା ପାଇଁ ସେ ବ୍ରିଜ୍ ରୁ ଡେଇଁ ପଡିଥିଲେ। ନଦୀରେ ପାଣି ନଥିବାରୁ ମାଫିଆ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ। ଗତକାଲି କଣ୍ଟାମାଳ ଅଞ୍ଚଳରେ ଏସ୍ଟିଏଫ୍ ଙ୍କ ସହ ଗଞ୍ଜେଇ ମାଫିଆ ମାନେ ମୁହାଁମୁହିଁ ହୋଇଥିଲେ। ମାଫିଆ ମାନଙ୍କ ଆକ୍ରମଣରେ ଜଣେ ଏସ୍ଟିଏଫ୍ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ।
Popular Categories



