www.samajalive.in
Sunday, December 7, 2025
15.1 C
Bhubaneswar

ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ମାଷ୍ଟରକ୍ୟାଣ୍ଟିନ ଛକରେ ଜୋରଦାର ପ୍ରତିବାଦ

ଭୁବନେଶ୍ୱର: ମଙ୍ଗଳବାର ୧୨ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନର ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି। ନିଲମ୍ବିତ ବିଧାୟକମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଏହାର ଜୋରଦାର ପ୍ରତିବାଦ ସହ ଆନ୍ଦୋଳନ ଜାରି ରଖିଛନ୍ତି। କଂଗ୍ରେସ ଭବନ ଆଗରେ ନିଲମ୍ବିତ ବିଧାୟକ ଧାରଣା ଦେଇଛନ୍ତି। ବିଳମ୍ବିତ ରାତିରୁ କଂଗ୍ରେସ ବିଧାୟକ ଓ କର୍ମୀମାନେ ଧାରଣାରେ ବସିଛନ୍ତି।

ବିଧାୟକ ତାରା ପ୍ରସାଦ ବାହିନୀପତି ଧାରଣା ସମୟରେ ଅସୁସ୍ଥ ହୋଇପଡ଼ିଛନ୍ତି। କ୍ୟାପିଟାଲ୍‌‌ ହସ୍ପିଟାଲ ଡାକ୍ତର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ତାରାଙ୍କ ରକ୍ତଚାପ ପରୀକ୍ଷା କରିଥିଲେ ଏବଂ ସେଥିପାଇଁ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ତାରାଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବାପେକ୍ଷା ଭଲ ରହିଛି। ତେବେ ସେ ରାଜରାସ୍ତାରେ ଶୋଇ ରହି ଆନ୍ଦୋଳନ ଜାରି ରଖିଛନ୍ତି।

- Advertisement -

ରାତି ୨ଟାରେ ନିଲମ୍ବିତ ବିଧାୟକମାନଙ୍କୁ ବିଧାନସଭାରୁ ବାହାର କରାଯାଇଛି। ଜୋର ଜବରଦସ୍ତ ବିଧାୟକଙ୍କୁ ବିଧାନସଭାରୁ ବାହାର କରାଯାଇଥିଲା। ବିଧାୟକ ତାରା ପ୍ରସାସ ବାହିନୀପତି ଅସୁସ୍ଥ ହୋଇପଡ଼ିଛନ୍ତି। ଏହାର ପ୍ରତିବାଦରେ ତାରା ବାହିନୀପତି ରାସ୍ତାରେ ଶୋଇରହି ଧାରଣା ଦେଇଛନ୍ତି। ପୂର୍ବରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ହାତ କଟିଥିଲା। ତାରା ବାହିନୀପତି ଅଭିଯୋଗ କରିଛନ୍ତି ଯେ ତାଙ୍କୁ ସୁରକ୍ଷାକର୍ମୀମାନେ ବଳପୂର୍ବକ ବିଧାନସଭାରୁ ବାହାର କରିଦେଇଛନ୍ତି ଏବଂ ତାଙ୍କ ଚେନ୍‌‌ ଛଡ଼ାଇ ନିଆଯାଇଛି। ଗଣତନ୍ତ୍ରକୁ ହତ୍ୟା କରିଛନ୍ତି, ମୋତେ ନ୍ୟାୟ ଦରକାର। ମହିଳାଙ୍କ ସୁରକ୍ଷା ପାଇଁ ସର୍ବଦଳୀୟ କମିଟି ଆମର ଦାବି ରହିଥିଲା।

ପିସିସି ସଭାପତି, ନିରଞ୍ଜନ, ନରସିଂହ ଓ ଜୟଦେବ ଆମକୁ ଦେଖିବାକୁ ଆସିଥିଲେ, କିନ୍ତୁ ଆମକୁ ଦେଖିବାକୁ ଆସିଥିବା ପୂର୍ବତନ ମନ୍ତ୍ରୀମାନଙ୍କୁ ସେମାନେ ଛାଡ଼ିନଥିଲେ। ଆମକୁ ପୁଲିସ ଲଗାଇ ମାଡ଼ ମାରିଲେ, ଗାଳି ଗୁଲଜ କଲେ। ମରିଯିବୁ ପଛେ ଡରିବୁନି, ମୋତେ ନ୍ୟାୟ ଦରକାର ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories