www.samajalive.in
Saturday, December 6, 2025
19.1 C
Bhubaneswar

ଆଇପିଏଲ୍ ମହାସମର: ଆଜି ରାଜସ୍ଥାନ-କଲକାତା ଟକ୍କର

ଗୁଆହାଟୀ: ଆସାମ କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମ ଗୌହାଟୀରେ ଆଜି ଆଇପିଏଲ-୧୮ର ଷଷ୍ଠ ମ୍ୟାଚ ରାଜସ୍ଥାନ ରୟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଦ୍ବିତୀୟ ମ୍ୟାଚରେ ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ମ୍ୟାଚରେ ୭ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ପରାଜିତ ହୋଇଥିଲା। ଦଳ ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ କରିଥିଲା। ବ୍ୟାଟିଂରେ ସୁନୀଲ ନାରାୟଣ, ଅଜିଙ୍କ୍ୟ ରାହାଣେ ଓ ଅଙ୍ଗକ୍ରିସ ରଘୁବଂଶୀଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ସଫଳ ହୋଇନଥିଲେ। କ୍ବିଣ୍ଟନ ଡିକକ, ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆ​‌ଦ୍ଦେ ରସେଲ ବିଫଳ ହୋଇଥିଲେ। ବୋଲିଂରେ ମଧ୍ୟ ଦଳ ସେଭଳି ଭଲ ପ୍ରଦର୍ଶନ କରିପାରିନଥିଲା। ବୈଭବ ଆରୋରା,ସ୍ପିନସର ଜନସନ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ଓ ସୁନୀଲ ନାରାୟଣ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦଳର ଦୁଇ ତାରକା ବୋଲର ବରୁଣ ୪ ଓଭରରେ ୪୩ରନ ଦେଇ ଗୋଟିଏ ୱିକେଟ ନେଇଥିବାବେଳେ ହର୍ଷିତ ୩ ଓଭରରେ ୩୨ରନ ବ୍ୟୟ କରିଥିଲେ। ଯାହା ଦଳକୁ ଚିନ୍ତାରେ ପକାଇଛି। ଦଳ ରାଜସ୍ଥାନ ବିପକ୍ଷରେ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ବିଜୟ ହାସଲ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ରିୟାନ ପରାଗଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ପ୍ରଥମ ମ୍ୟାଚରେ ୪୪ରନରେ ସନରାଇଜର୍ସ ହାଇଦରାବାଦ୍‌ ନିକଟରୁ ପରାଜିତ ହୋଇଛି। ମ୍ୟାଚରେ ଦଳର ଦୁର୍ବଳ ବୋଲିଂ ପ୍ରଦର୍ଶନ ରହିଥିଲା। ଯାହା ଫଳରେ ସନରାଇଜର୍ସ ୨୮୬ରନ କରିବାରେ ସଫଳ ହୋଇଥିଲା। ବୋଲିଂରେ ଫାଜଲହକ ଫାରୁକି, ମାହିଶ ତୀକ୍ଷଣା,ଜେଫ୍ରା ଆର୍ଚ୍ଚର ଓ ତୁଷାର ଦେଶପାଣ୍ଡେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଆର୍ଚର ୪ ଓଭରରେ ୭୬ରନ ଦେବା ସହିତ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ଆର୍ଚର, ଫାରୁକି ଓ ତୀକ୍ଷଣାଙ୍କ ଭଳି ବୋଲର ମହଙ୍ଗା ସାବ୍ୟସ୍ତ ହେବା ଦଳକୁ ଚିନ୍ତାରେ ପକାଇଛି। ବ୍ୟାଟିଂରେ ଧ୍ରୁବ ଜୁରେଲ ଓ ସଞ୍ଜୁ ସାମସନ ଅର୍ଦ୍ଧଶତକ ହାସଲ କରିଥିବାବେଳେ ସିମରନ ହେତମେୟାର, ଶିଭମ ଦୁବେ ମଧ୍ୟ ରନ କରିଥିଲେ। ବ୍ୟାଟିଂ ଅପେକ୍ଷା ବୋଲିଂ ତ୍ରୁଟିକୁ ସୁଧାରିବା ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୪ଟି ଆଇପିଏଲ ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ରାଜସ୍ଥାନ ରୟାଲ୍‌ସ ୩ଟି ଓ କଲକାତା ନାଇଟ୍‌ ରାଇଡର୍ସ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories