www.samajalive.in
Tuesday, November 18, 2025
28.1 C
Bhubaneswar

ଆଜି ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ହରିଶ ଟଣ୍ଡନ

କଟକ: ଶ୍ରୀକ୍ଷେତ୍ରରେ ମଙ୍ଗଳବାର ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ବିଚାରପତି ହରିଶ ଟଣ୍ଡନ। ଆଜି ଜଷ୍ଟିସ୍‌ ଟଣ୍ଡନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ। ହାଇକୋର୍ଟ ପରିସରରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଜଷ୍ଟିସ୍‌ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଦିନ ୧୧ଟା ୪୫ରେ ଜଷ୍ଟିସ ଟଣ୍ଡନ ଏବଂ ତାଙ୍କ ପତ୍ନୀ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ବେଢ଼ା ପରିକ୍ରମା କରିବା ସହ ଭିତର କାଠ ନିକଟରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ପରେ ପାର୍ଶ୍ବ ଦେବଦେବୀ ମା’ ଲକ୍ଷ୍ମୀ ଏବଂ ବିମଳାଙ୍କ ମନ୍ଦିରକୁ ଯାଇ ଦର୍ଶନ କରି ସିଂହଦ୍ୱାର ଦେଇ ବାହାରକୁ ଆସିଥିଲେ। ଫେରିବା ବେଳେ ସିଂହଦ୍ୱାର ସମ୍ମୁଖରେ ଜିଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଚାରପତି ଟଣ୍ଡନ ଏବଂ ତାଙ୍କ ପତ୍ନୀଙ୍କୁ ଖଣ୍ଡୁଆ ପାଟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟର ସ୍ବତନ୍ତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ପାଢ଼ୀ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏବଂ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ପ୍ରମୁଖ ସମସ୍ତ ସହଯୋଗ କରିଥିଲେ।

Hot this week

୩ଟା ମୁଖ୍ୟ ଖବର

ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯ଟି ଟାସ୍କ...ଦୁର୍ନୀତି ହଟାଅ, ଅଧିକ ଫିଲ୍ଡ ଭିଜିଟ୍...

ମର୍ମନ୍ତୁଦ ଦୁର୍ଘଟଣା: ଯୁବକଙ୍କୁ ଚାପି ଦେଲା ଟ୍ରକ୍‌

ଭୁବନେଶ୍ଵର : ଚନ୍ଦକା କୁଜିମହଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିପରୀତ...

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଶାହଙ୍କ ସହ ଆଲୋଚନା

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଶପଥ ନେବା...

ସାଲିଆ ସାହିରେ ବୁଲଡୋଜର, ଭଙ୍ଗାଯିବ ୫୧୭ ଘର

ଭୁବନେଶ୍ବର: ଉଚ୍ଛେଦ ହେବ ସାଲିଆ ସାହି। ଏକାମ୍ର କାନନରୁ ଅନ୍ଧାରୁଆ ୧୩...

ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ-ଏସପି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ...

Related Articles

Popular Categories