ଡେସ୍କ: କଟକ ବାରବାଟି ଷ୍ଟାଡିୟମ୍ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଙ୍ଗଳବାର ରାଜ୍ୟ ବିଧାନସଭା ପରିଦର୍ଶନ କରିଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୪୦ ଜଣ ଛାତ୍ରଛାତ୍ରୀ ବିଧାନସଭା ପରିଦର୍ଶନ କରିବାର ସୁଯୋଗ ପାଇଥିଲେ।
ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦର୍ଶକ ଗ୍ୟାଲେରୀରେ ଗୃହକାର୍ଯ୍ୟ ଦେଖିବା ସହ ବାଚସ୍ପତି ସୁରମା ପାଢୀଙ୍କ ସହ ବିଧାନସଭା ପରିସର ବାର୍ତ୍ତାଳାପ କରିଥିଲେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦୋସ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକଙ୍କ ସହ ସାକ୍ଷାତ କରି ବିଧାନସଭାର କାର୍ଯ୍ୟଶୈଳୀ ସମ୍ପର୍କରେ ପଚାରି ବୁଝିଥିଲେ।
ଗତ ଡ଼ିସେମ୍ବର ମାସରେ ବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଚସ୍ପତି ସୁରମା ପାଢୀ ଛାତ୍ରଛାତ୍ରୀମାନଙ୍କୁ ବିଧାନସଭା ପରିଦର୍ଶନ ପାଇଁ ପ୍ରତିଶୃତି ଦେଇଥିଲେ।



