www.samajalive.in
Monday, December 15, 2025
24.1 C
Bhubaneswar

ଲଗାଣ ବର୍ଷାରେ ଭାଙ୍ଗିଲା ଘର; ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି ଭାମା

ବଲାଙ୍ଗିର: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ସାନଗୁର୍ଜିଭଟା ଗ୍ରାମର ଭାମା ବର୍ଗେଙ୍କ ଘର ଲଗାଣ ବର୍ଷାରେ କାନ୍ଥ ଭାଙ୍ଗି ବିପଦ ସଂକୁଳ ଅବସ୍ଥାରେ ରହିଛି। ଘର ବିପଦପୂର୍ଣ୍ଣ ଥିବା ଦେଖି ଭୟଭୀତ ହୋଇ ଭାମା ଅନ୍ୟ ଘରର ଅଶ୍ରୟ ନେଇ ରହୁଥିବା ସେ ଅଭିଯୋଗ କରିଛନ୍ତି। ସାନଗୁର୍ଜିଭଟା ଗ୍ରାମର ସ୍ୱର୍ଗତ ଭଜନ ବର୍ଗେ ୨୫ ବର୍ଷ ପୂର୍ବେ ତାଙ୍କ ଝିଅ ଭାମାଙ୍କୁ ନୁଆପଡା ଜିଲା ଲଖନା ଥାନା ଅଧିନ ଡେଡେଙ୍ଗା ଗାଁର ପିତାମ୍ବର ନାଗଙ୍କ ପୁଅ କପିଳ ନାଗଙ୍କୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହର ଦୁଇ ଚାରି ବର୍ଷ ପରେ ବିଭିନ୍ନ କାରଣକୁ ନେଇ ସ୍ୱାମୀ କପିଳ ସ୍ତ୍ରୀ ଭାମାକୁ ଛାଡପତ୍ର ଦେଇଦେଲେ। ଛାଡପତ୍ର ପରେ ସେ କୌଣସି ଉପାୟ ନପାଇ ନିିଜ ବାପ ଘରକୁ ଆସି ଆଶ୍ରୟ ନେଲେ। ଭାମାଙ୍କୁ ଏକ ମାଟି ଘରଟିଏ ଦେବାରୁ ସେଠାରେ ମୁଣ୍ଡ ଗୁଞ୍ଜି ରହିଲେ। ନିଜ ପେଟ ପାଇଁ ଦିନ ମଜୁରୀ କାମ କଲେ। ସରକାରୀ ସାହାଯ୍ୟ କହିଲେ ପଞ୍ଚାୟତରୁ ମାସକୁ ୫ କେଜି ଚାଉଳ ଆଉ କିଛି ନାହିଁ। ଦିନ ମଜୁରୀ କାମ କରି ସେ ତାଙ୍କ ମାଟି ଛପର ଘରକୁ ଠିକରେ ମରାମତି କରିପାରିଲେ ନାହିଁ। ଏହି ଲଘୁଚାପ ଜନିତ ଲଗାଣ ବର୍ଷାରେ ତାଙ୍କ ଘରର କାନ୍ଥ ଭାଙ୍ଗି ପଡିଲା। ପୁରୁଣା ଘର ହୋଇଥିବାରୁ କାନ୍ଥ ମାନ ଦୁର୍ବଳ ହୋଇଥିବାରୁ କେଉଁ ମୁହୁର୍ତ୍ତରେ ଅନ୍ୟ କାନ୍ଥମାନ ପଡିଯିବ ଭାବି ଭାମା ଅନ୍ୟଙ୍କ ସାହାରା ନେଇ ବର୍ତ୍ତମାନ ଚଳୁଛନ୍ତି। ଘର ଖଣ୍ଡିଏ ପାଇବା ପାଇଁ ଦୀର୍ଘ ବର୍ଷରୁ ସେ ପ୍ରୟାସ କରୁଥିଲେ ମଧ୍ୟ ଆଜି ଯାଏ ସେ ସରକାରୀ ଆବାସ ଯୋଜନାରେ ସାମିଲ ହୋଇ ଘର ଖଣ୍ଡିଏ ପାଇ ପାରୁନାହାନ୍ତି। ଏଥିପ୍ରତି ଜିଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତାଙ୍କୁ ଘର ଭଙ୍ଗା ସାହାଯ୍ୟ ସହ ଆବାସ ଯୋଜନାରେ ସାମିଲ କରି ଏକ ବାସଗୃହ ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories