www.samajalive.in
Monday, December 8, 2025
27.1 C
Bhubaneswar

ଘରୋଇ ବିଦ୍ୟାଳୟ ହୋଷ୍ଟେଲରେ ଛାତ୍ରଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଅଭିଯୋଗ

ବଲାଙ୍ଗିର : ଭଲ ପାଠ ପଢିବ, ବଡ ହେଲେ ଭଳ ଚାକିରି କରିବ କିଛି ଏହିଭଳି ଆଶା ନେଇ ମୁରିବାହାଲ ବ୍ଲକ ଗୁଡିଘାଟ ଗାଁର ଜଣେ ଦମ୍ପତ୍ତି ନିଜର ଏକମାତ୍ର ପୁଅକୁ ଗାଁ ଠୁ ଦୂରରେ ଥିବା ଏକ ଘରୋଇ ଇଂରାଜୀ ମିଡିୟମ ବିଦ୍ୟାଳୟରେ ନାମ ଲେଖାଇଥିଲେ। କିନ୍ତୁ ପ୍ରଥମ ବର୍ଷରେ ହିଁ ନାବାଳକକୁ ଅପ୍ରାକୃତିକ ଯୌନ ନିର୍ଯାତନା ମଳିଥିଲା। ଘଟଣା ସମସ୍ତଙ୍କୁ ଜଣାଥିଲା କିନ୍ତୁ କେହି କାହାକୁ କହିବାକୁ ନାରାଜ। ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣାକୁ ଗୁରୁତର ସହ ନେବା ପରିବର୍ତ୍ତେ ଓଲଟି ପୀଡିତ ଶିଶୁ ତାଙ୍କ ଅଭିଭାବକଙ୍କୁ ନାଲିଆଖି ଦେଖାଇଥିଲେ। ଘଟଣାର କିଛି ମାସ ପରେ ସାହସ ଜୁଟାଇ ଏବେ ବିଦ୍ୟାଳୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲଢେଇ ଆରମ୍ଭ କରିଛନ୍ତି ନାବାଳକଙ୍କ ଅଭିଭାବକ।

ଅଭିଯୋଗ ଅନୁସାରେ ମୁରିବାହାଲ ବ୍ଲକ ଗୁଡିଘାଟ ଗାଁର ଜଣେ ଦମ୍ପତ୍ତି ନିଜ ଏକାମାତ୍ର ପୁଅକୁ ଗୁଡଭେଲା ବ୍ଲକ ତୁଷୁରାରେ ଥିବା ଏକ ଘରୋଇ ବିଦ୍ୟାଳୟ ରୋୟାଲ ଇଣ୍ଟରନେସନାଲ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଥିଲେ। ବର୍ଷକୁ ପ୍ରାୟ ୮୦ ରୁ ୯୦ ହଜାର ଟଙ୍କା ଖର୍ଚ୍ଚ ଥିବା ସତ୍ୱେ ପିଲାର ଭବିଷ୍ୟତ ପାଇଁ ଟିଟିଲାଗଡରେ ପରିବା ବିକି ଏହି ଖର୍ଚ୍ଚ ବହନ କରିଥିଲେ। ନାମଲେଖା ସରିବା ପରି ତାଙ୍କ ୧୧ ବର୍ଷିୟ ପୁଅ ବିଦ୍ୟାଳୟର ହୋଷ୍ଟେଲରେ ରହିଥିଲା। ଗତ ଜାନୁୟାରୀ ମାସରେ ତାଙ୍କ ପୁଅଙ୍କ କୋଠରୀରେ ରହୁଥିବା ଜଣେ ଦଶମ ଶ୍ରେଣୀର ଛାତ୍ର ରାତ୍ରି ସମୟରେ ଉକ୍ତ ପଞ୍ଚମ ଶ୍ରେଣୀର ଛାତ୍ରକୁ ଆଶାଳୀନ ବ୍ୟବହାର କରିଥିଲା। ଜୋରଜବରଦସ୍ତ କରି ଅପ୍ରାକୃତିକ ଯୌନ ସଂପର୍କ ରଖିବାକୁ ଚେଷ୍ଟା କରିଥିଲା। ବିଭିନ୍ନ ପ୍ରକାର ଧମକ ଦେଇ ଉକ୍ତ ଦଶମ ଶ୍ରେଣୀ ଛାତ୍ର ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ସହ ଦୁଷ୍କର୍ମ କରିଥିଲା। ଏହି ଘଟଣା ପରେ ପୀଡିତ ଶିଶୁଟି ସମସ୍ତ ବିଷୟ ବିଦ୍ୟାଳୟ କର୍ତ୍ତୃପକ୍ଷକୁ ଜଣାଇଥିଲା। ପରେ ଶିଶୁ ଜଣକ ଅସୁସ୍ଥ ହୋଇଥିଲା। ଏହି ଘଟଣାକୁ ଉକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାପି ଦେବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଘଟଣା ବିଷୟରେ ପୀଡିତ ଶିଶୁର ପରିବାର ଲୋକଙ୍କୁ କୌଣସି ସୂଚନା ମଧ୍ୟ ଦେଇନଥିଲେ। ସପ୍ତାହକ ଥରେ ଶିଶୁ ସହ ମା ବାପା କଥା ହୋଇଥାନ୍ତି କିନ୍ତୁ ଯେତେବେଳେ ବି ପୀଡିତ ଶିଶୁ ସହ କଥା ହେବା ଚେଷ୍ଟା କଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ କଥା ହେବାକୁ ଦେଇନଥିଲେ। ଫଳରେ ଗତ ଜାନୁୟାରୀ ୨୬ ତାରିଖରେ ପୀଡିତ ଶିଶୁର ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ମାଙ୍କୁ ବିଦ୍ୟାଳୟର ଅନ୍ୟ ଶିଶୁ ମାନେ ଘଟଣା ବିଷୟରେ ଜଣାଇଥିଲେ। କୌଣସି ଏକ ବାହାନା କରି ଏକାନ୍ତରେ ପୀଡିତ ଶିଶୁକୁ ତାଙ୍କ ମା ଘଟଣା ବିଷୟରେ ପଚରାଇଥିଲେ ସୁଦ୍ଧା ସେ ବିଦ୍ୟାଳୟର ନିର୍ଦ୍ଦେଶକ, ଅଧ୍ୟକ୍ଷଙ୍କ ଧମକ ଯୋଗୁ କିଛି କହିନଥିଲା। ବହୁ ପଚାରଉଚୁରା ପରେ ସେ ସବୁ ସତ କଥା କହିଥିଲା। ଏହି ଘଟଣା ଜାଣିବା ପରେ ଉତ୍ୟକ୍ତ ହୋଇ ଅବିଭାବକ ବିଦ୍ୟାଳୟ ପ୍ରଶାସନ ସହ ଆଲୋଚନା କରିଥିଲେ ସୁଦ୍ଧା ତାଙ୍କୁ ସହଯୋଗ କରିବା ବଦଳରେ ଓଲଟି ଶିଶୁକୁ ବିଦ୍ୟାଳୟରୁ ନେଇଯିବା ପାଇଁ ଚେତାବନୀ ଦେଇଥିଲେ। ପୀଡିତ ଶିଶୁଙ୍କ କହିବା ଅନୁସାରେ ଘଟଣା ପର ଦିନ ଅଭିଯୁକ୍ତ ଶିଶୁର ଅଭିଭାବକ ବିଦ୍ୟାଳୟକୁ ଆସିଥିଲେ। ଏହି ଘଟଣାକୁ ଦବାଇବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷକୁ ବହୁ ପରିମାଣର ଟଙ୍କା ପ୍ରଦାନ କରିଥିଲେ। ଏହା ପରେ ତାଙ୍କୁ ଡାକି ବାହାରେ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ପୀଡିତ ଶିଶୁ ଜଣକ କହିଛନ୍ତି। ତେବେ ଗତ ୨୬ ତାରିଖରେ ଜାଣିଶୁଣି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ରଖି ଥାନା କିମ୍ବା କାହା ପାଖରେ ଏନେଇ ଅଭିଯୋଗ କଲେ ପୁଅ ସହ ସେମାନଙ୍କୁ ମଧ୍ୟ ମାରିଦେବେ ବୋଲି ସେମାନଙ୍କୁ ଧମକ ଦେଇଥିବା ତାଙ୍କ ମା ଅଭିଯୋଗ କରିଛନ୍ତି।

- Advertisement -

ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ତୁଷୁରାରେ ଥିବା ରୋୟାଲ ଇଣ୍ଟରନେସନାଲ ବିଦ୍ୟାଳୟର ନିର୍ଦ୍ଦେଶକ, ଅଧ୍ୟକ୍ଷ ଚାପିଦେବାକୁ ଉଦ୍ୟମ ଚଲାଇଥିବା ବେଳେ ଏନେଇ ଅଭିଭାବକ ବୁଧବାର ଜିଲା ଶିଶୁ ସୁରକ୍ଷା କମିଟି ପାଖରେ ନ୍ୟାୟ ପାଇଁ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ଆବଶ୍ୟକ ପଚାରଉଚୁରା କରାଯାଇ ଜିଲା ଶିଶୁ ମଙ୍ଗଳ ସମିତି ପାଖରେ ଶିଶୁକୁ ହାଜର କରାଯାଇଛି। ଶିଶୁ ସୁରକ୍ଷା କମିଟିର ଏକ ଟିମ ଘଟଣାର ତଦନ୍ତ କରିବା ସହ ଉକ୍ତ ବିଦ୍ୟାଳୟକୁ ଯାଇ ପଚାରଉଚୁରା କରାଯିବ। ଅଭିଯୋଗ ପ୍ରମାଣ ହେଲେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିବା ସହିତ ପୀଡିତ ଶିଶୁକୁ ଆର୍ଥିକ କ୍ଷତିପୂରଣ ପାଇଁ ମଧ୍ୟ ପ୍ରୟାସ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ଏହି ଘଟଣାର ସତ୍ୟତା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଉକ୍ତ ବିଦ୍ୟାଳୟରେ ପହଞ୍ଚିଥିବା ବେଳେ ବିଦ୍ୟାଳୟର ନିର୍ଦ୍ଦେଶକ ସେମାନଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ ହୋଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories