ରେଙ୍ଗାଲି : ଠେଲକୋଲୋଇ ଥାନା ଅନ୍ତର୍ଗତ ବମାଲୋଇ ଗ୍ରାମର ପ୍ରସନ୍ନ କିସାନ ନାମକ ୫୬ ବର୍ଷ ବୟସ୍କ ବ୍ୟକ୍ତି ଗାଁର ଭଙ୍ଗାକଟାକୁ ଗାଧୋଇବାକୁ ଯାଇ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ ପ୍ରସନ୍ନ ରେଲବାଇ ବିଭାଗରେ କର୍ମଚାରୀ ଥିଲେ। ଡ୍ୟୁଟି ଯିବା ପାଇଁ ସକାଳ ୫ଟା ରେ ଗାଁ ରେ ଭଙ୍ଗାକଟା କୁ ଗାଧୋଇବାକୁ ଯାଇଥିବା ବେଳେ ପାଣି ରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଠେଲକୋଲୋଇ ପୁଳିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
Popular Categories



