www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ମାନ୍ଦାବସ୍ଥା ଭିତରେ ଛାତ୍ରଙ୍କ ଷ୍ଟାର୍ଟଅପ୍ : ଗୋଟିଏ କ୍ଲିକ୍‌ରେ ଅନେକ ସେବା

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ ଡିମ୍‍ଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ର କେତେକ ପୁରାତନ ଛାତ୍ର ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି। ଏକ ଆପ୍ ମାଧ୍ୟମରେ ଲୋକଙ୍କୁ ବିବିଧ ସୁବିଧା ଯୋଗାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ହୋମ୍ ଆକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥାର ଏହି ଅନଲାଇନ୍ ଆପ୍ ମାଧ୍ୟମରେ ଏୟାର କଣ୍ଡିସନର, ରେଫ୍ରିଜରେଟର, ୱାଶିଂମେସିନ୍ ଇତ୍ୟାଦି ମରାମତି ଏବଂ ସର୍ଭିସିଂ ସେବା ପହଞ୍ଚିବ। ସେହିପରି ବାଇକ୍ ଏବଂ କାର୍ ଇତ୍ୟାଦି ନିମନ୍ତେ ବିଭିନ୍ନ ସୂଚନା ଏହି କମ୍ପାନୀ ଯୋଗାଇବ ବୋଲି ଷ୍ଟାର୍ଟଅପର କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଏହି କମ୍ପାନୀରେ ଇଲେକ୍ଟ୍ରିସିଆନ୍, ପ୍ଲମ୍ବର୍ସ, କାରପେଣ୍ଟର୍ସ ଏବଂ ସଫ୍ଟୱେର ଡେଭଲପରଙ୍କ ଭଳି ବୈଷୟିକ ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତି କାର୍ଯ୍ୟ କରୁଛନ୍ତି। କରୋନା ପ୍ରଭାବରେ ଗୋଟିକ ପରେ ଗୋଟିଏ କମ୍ପାନୀ ବନ୍ଦ ହେଉଥିବା ବେଳେ ଆଇଟିଇଆର ଶିକ୍ଷାନୁଷ୍ଠାନର କିଛି ପୁରାତନ ଛାତ୍ରଙ୍କ ଏହି ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି କୁହାଯାଉଛି। ଏହା ନା କେବଳ ଲୋକଙ୍କୁ ଉତ୍ତମ ସେବା ଯୋଗାଇବ ବରଂ ଅନେକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆମେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛୁ ଏବଂ ଆମର ସବୁ ଟେକ୍ନିସିଆନ୍ ମାନେ ସ୍ଥାନୀୟ ଅଞ୍ଚଳର ଓ ଉଚ୍ଚ ପ୍ରଶିକ୍ଷିତ। ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ’ହୋମ୍ ଆକ୍ଟସ୍‌’ ଆପ୍‌ ଡାଉନଲୋଡ କରି ହେବ। ଖୁବ୍ କମ୍ ମୂଲ୍ୟରେ ଆମେ ସେବା ଯୋଗାଇ ଦେଉଥିବା ବେଳେ ୩୦ ଦିନର ୱାରେଣ୍ଟି ଦେଉଛୁ ବୋଲି ସଂପୃକ୍ତ କମ୍ପାନୀ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ଏବେ ୨୪୦ ରୁ ଅଧିକ ଟେକ୍ନିସିଆନ୍ ଏହି କମ୍ପାନୀ ପାଇଁ କାର୍ଯ୍ୟ କରୁଛନ୍ତି। ଆଇଟିଇଆରର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ବିଟେକର ପୂର୍ବତନ ଛାତ୍ର ଅମିତ କୁମାର ପୃଷ୍ଟି ଏହି କମ୍ପାନୀର ସହ ପ୍ରତିଷ୍ଠାତା ରହିଥିବା ବେଳେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗରେ ଏମଟେକ୍ କରିଥିବା ଆଶୁତୋଷ ଦାସ ପରିଚାଳନା ନିର୍ଦେଶକ ଅଛନ୍ତି । ଆଇଟିଇଆରର ପୂର୍ବତନ ଛାତ୍ର ତଥା ଇଲେକ୍ଟ୍ରୋନିକ୍ସରେ ପିଏଚଡି କରୁଥିବା ସତୀଶ କୁମାର ସାମଲ୍ ଏହି ଗ୍ରୁପର ଉପଦେଷ୍ଟା ରହିଥିବା ବେଳେ ଜର୍ମାନୀର କୋନ୍ ୟୁନିଭର୍ସିଟିର ଗବେଷକ ତଥା ଗ୍ରାଭିଟେସନାଲ୍ ବାୟୋଲୋଜିଷ୍ଟ ଅଭିଷେକ ଆଚାର୍ଯ୍ୟ ଏହି କମ୍ପାନୀର ପରାମର୍ଶଦାତା ଅଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories