www.samajalive.in
Tuesday, December 9, 2025
16.1 C
Bhubaneswar

ଓଡିଶା ଓ ଆସାମ ମଧ୍ୟରେ ଉତ୍ତମ ସମ୍ପର୍କର ଏକ ସେତୁ ବେଜବରୁଆ

ସମ୍ବଲପୁର : ସମ୍ବଲପୁର କୁ ଏକ ଦିବସୀୟ ଗସ୍ତରେ ଗୁରୁବାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସି ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ବେଜବରୁଆ ଭବନ ପରିଦର୍ଶନ କରିଛନ୍ତି। ଝାରସୁଗୁଡାରୁ ଆଜି ସକାଳ ସମୟରେ ଶ୍ରୀ ବିଶ୍ୱଶର୍ମା ସଡକ ପଥରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମାଁ ସମଲେଶ୍ୱରୀ ମନ୍ଦିରକୁ ଯାଇ ମାଁଙ୍କ ଦର୍ଶନ କରିଥିଲେ। ଏହା ପରେ ସେ ମନ୍ଦିରରୁ ଶ୍ରୀ ପ୍ରଧାନଙ୍କ ସହିତ ବାହାରି ସିଧା କଚେରୀ ଛକ ସ୍ଥିତ ବେଜବରୁଆ ଭବନକୁ ପହୁଞ୍ଚିଥିଲେ।

ବେଜବରୁଆ ସ୍ମୃତି ରକ୍ଷା ସମିତିର ଆବାହକ ଦୀପକ କୁମାର ପଣ୍ଡା, ସଦସ୍ୟ ଡ. ବିଭୂଦତ୍ତ ପ୍ରମୋଦ କୁମାର ମିଶ୍ର, ସୁର୍ଯ୍ୟ ପାଣିଗ୍ରାହୀ, କମଳ ଲୋଚନ ପଣ୍ଡା ଓ ଅନ୍ୟ ସଦସ୍ୟ ମାନେ ଶ୍ରୀ ବିଶ୍ୱଶର୍ମା ଓ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରିଥିଲେ। ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରିବା ପରେ ଶ୍ରୀ ବିଶ୍ୱଶର୍ମା ସାଧନା ଗୃହ ବୁଲି ଦେଖିଥିଲେ।

- Advertisement -

ଏହି ଅବସରରେ ସେ କହିଥିଲେ ଯେ, ସାହିତ୍ୟରଥୀଙ୍କ ଆସାମର ଭାଷା, ସାହିତ୍ୟ, ଅସ୍ମିତା ଓ ଗୌରବର ପୁନଃ ସ୍ଥାପନାରେ ଅଗ୍ରଣୀ ଭୂମିକା ରହିଛି। ସେ ଆସାମବାସୀଙ୍କ ମନ ହୃଦୟରେ ବିରାଜମାନ କରନ୍ତି। ତାଙ୍କର ରଚିତ କବିତା ଆସାମର ରାଜ୍ୟ ସଙ୍ଗୀତ ଅଟେ। ସମ୍ବଲପୁର ସାହିତ୍ୟରଥୀଙ୍କ ଜୀବନରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି। ଏଣୁ ଆସାମବାସୀ ସମ୍ବଲପୁରକୁ ଶ୍ରଦ୍ଧା ଓ ସମ୍ମାନ କରନ୍ତି।

ବେଜବରୁଆ ଓ ସମ୍ବଲପୁରକୁ ନେଇ ଯାହା ସମ୍ଭବ ତାହା ତତ୍ପରତାର ସହିତ କରାଯିବ। ବେଜବରୁଆ ଭବନର ପୁନଃବିନ୍ୟାସ ପାଇଁ ଆସାମ ସରକାର ୨ଟି ଚରଣରେ ଅର୍ଥ ଯୋଗାଇବା ସହିତ ବେଜବରୁଆଙ୍କ ପ୍ରତିମୂର୍ତ୍ତି ସକାଶେ ପୃଥକ ଅନୁଦାନ ପ୍ରଦାନ କରିଛନ୍ତି। ସମ୍ବଲପୁର ବେଜବରୁଆଙ୍କ ଘର, ସାହିତ୍ୟ ସଂରକ୍ଷଣ ପାଇଁ ଭଲ ପ୍ରୟାସ କରୁଥିବା ବେଳେ ଆସାମ ସରକାର ମଧ୍ୟ ସହାୟତା କରୁଛନ୍ତି। ମୋର ବିଶ୍ୱାସ ଯେ, ବେଜବରୁଆଙ୍କ ଜୀବନ ଆସାମ ଓ ଓଡିଶା ମଧ୍ୟରେ ଏକ ଉତ୍ତମ ସମ୍ପର୍କର ସେତୁ ଅଟନ୍ତି। ମୁଁ ଓଡିଶାବାସୀଙ୍କୁ ସାହିତ୍ୟରଥୀଙ୍କ ଘର, ସାହିତ୍ୟ ଗୁଡିକୁ ଭଲ ଭାବରେ ସଂରକ୍ଷିତ ରଖିଥିବାରୁ ଧନ୍ୟବାଦ ଦେଉଛି ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।

ବେଜବରୁଆ ସ୍ମୃତି ରକ୍ଷା ସମିତିର ଆବାହକ ଦୀପକ କୁମାର ପଣ୍ଡାଙ୍କ ସହିତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ବେଜବରୁଆ ଚେୟାର ସ୍ଥାପିତ ହେବ ବୋଲି କହିଛନ୍ତି। ବେଜବରୁଆ ଭବନର ପୁନବିନ୍ୟାସ ପରେ ଏହାର ପରିଚାଳନା, ବାସଗୃହର ଆଭ୍ୟନ୍ତରୀଣ ସାଜସଜ୍ଜା, ଗୁଆହାଟୀ – ସମ୍ବଲପୁର ରେଳଗାଡି ଓ ଅନ୍ୟାନ୍ୟ କିଛି ବିଷୟ ପ୍ରତି ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ଶ୍ରୀ ପଣ୍ଡା ଏକ ସ୍ମାରକପତ୍ର ଦେବା ସହିତ ତାଙ୍କ ରଚିତ ବେଜବରୁଆ ଓ ସମ୍ବଲପୁର ପୁସ୍ତକ ମଧ୍ୟ ପ୍ରଦାନ କରିଥିଲେ। ବେଜବରୁଆ ଭବନ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ସମ୍ବଲପୁରରୁ ଦେବଗଡ ଉଦ୍ଦେଶ୍ୟରେ ଯାତ୍ରା କରିଥିଲେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories