www.samajalive.in
Sunday, December 7, 2025
23.1 C
Bhubaneswar

ଘରେ ରୁହନ୍ତୁ, ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ – ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟଗୁଡିକୁ ଜୁନ୍ ୧୭ ପର୍ୟ୍ୟନ୍ତ  ବନ୍ଦ ରଖାଯାଇଛି। ଫଳରେ ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ଓ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ବାତିଲ ରହିଛି। ଜୁନ୍‌ ୧୭ରେ ଛୁଟି ଖୋଲିବା ପରେ ଯେକୌଣସି ସମୟରେ ଛାତ୍ରଛାତ୍ରୀଙ୍କ ବାକି ରହିଥିବା ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ମନ୍ତ୍ରୀ କହିଛନ୍ତି ଯେ, ଲକ୍‌ଡାଉନ୍‌ ଛୁଟି ସମୟରେ ଛାତ୍ରଛାତ୍ରୀ ଘରେ ରୁହନ୍ତୁ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ। ଯେକୌଣସି ସମୟରେ ପରୀକ୍ଷା କରାଯିବାକୁ ଯୋଜନା ରହିଥିବାରୁ ଛାତ୍ରଛାତ୍ରୀ ଏଥିପାଇଁ ପ୍ରସ୍ତୁତ ରହିବା ଜରୁରୀ  ଏବଂ ସେମାନେ ପାଠ ପଢ଼ାରେ ଧ୍ୟାନ ଦେବା ଆବଶ୍ୟକ।

- Advertisement -

ଅପରପକ୍ଷରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷରୁ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମର ଏକକ ପ୍ରବେଶିକା ପରୀକ୍ଷା ପାଇଁ ସମସ୍ତ କୁଳପତିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଦେଶରେ ଶିକ୍ଷା ବ୍ୟବସ୍ଥାର ସାମ୍ପ୍ରତିକ ସ୍ଥିତିକୁ ନେଇ ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ପକ୍ଷରୁ ଏକ ସାତ ଜଣିଆ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଅନୁଧ୍ୟାନ କରାଯିବ ଏବଂ ୟୁଜିସି ରିପୋର୍ଟ ଆଧାରରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏପ୍ରିଲ୍‌ ୨୦ରୁ ଉଚ୍ଚ ଶିକ୍ଷା ବିଭାଗର ଗ୍ରୁପ ଏ ଅଫିସରମାନଙ୍କୁ ଅଫିସ ଆସିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ତେବେ ଶତକଡ଼ା ୫୦ ପ୍ରତିଶତ ଗ୍ରୁପ ସି ଓ ଡି କର୍ମଚାରୀମାନେ ରୋଷ୍ଟର ବେସିସ୍‌ରେ ଅଫିସ୍‌ ଆସିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories