www.samajalive.in
Monday, December 8, 2025
14.1 C
Bhubaneswar

ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ବିନା ପରୀକୁ ନ୍ୟାୟ ମିଳିବ ନାହିଁ : ବିଜେପି

ରାଉରକେଲା : ଆଇନ ଆଗରେ ବଡସାନର ବିଭେଦ ନାହିଁ। ପରୀ ଗରିବ ଅଟୋ ଚାଳକଙ୍କ ଝିଅ। ପରୀର ଅପହରଣ ଓ ହତ୍ୟା ଘଟଣାରେ ରାଜ୍ୟ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପରୀର ବାପା, ମା ବାବୁଲି ନାୟକ ଦ୍ୱାରା ଅଙ୍ଗ ତସ୍କରୀ ଓ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହାୟତା ପ୍ରସଙ୍ଗ ଉଠାଇଛନ୍ତି। ଜଣେ ମନ୍ତ୍ରୀଙ୍କ ପରୋକ୍ଷ ସମ୍ପୃକ୍ତି ଥିବାରୁ ରାଜ୍ୟ ସରକାରଙ୍କ ସଂସ୍ଥା ତଦନ୍ତରେ ନ୍ୟାୟ ପ୍ରଦାନ କରି ପାରିବେ ନାହିଁ। ଏହାର ସିବିଆଇ ଦ୍ୱାରା କେବଳ ନିରପେକ୍ଷ  ତଦନ୍ତ ହୋଇପାରିବ ଓ ଏହା ଦ୍ୱାରା ପରୀକୁ ନ୍ୟାୟ ମିଳିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ପାନପୋଷ ସାଙ୍ଗଠନିକ ଜିଲା ପ୍ରଭାରୀ ରବି ନାୟକ ପ୍ରକାଶ କରିଛନ୍ତି। ଆଜି ସେକ୍ଟର-୩ସ୍ଥିତ ବିଜେପି ଜିଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଲେ ଯେ ଏହି ପରିସ୍ଥିତିରେ କ୍ଷମତାଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଛଡା ପରୀ ପରିବାରକୁ ନ୍ୟାୟ ମିଳିବାର ସମ୍ଭାବନା ନାହିଁ। ସେ କହିଲେଯେ ରାଜ୍ୟ ସରକାର ଅଙ୍ଗ ତସ୍କରୀ ଘଟଣାରେ ସଂପୂର୍ଣ୍ଣ ହାତଟେକି ଦେଇଛନ୍ତି। ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୧୭-୧୮ ଓ ୨୦୧୮-୧୯ରେ ରାଜ୍ୟରେ ୫ ହଜାର ୩୨୩ ଶିଶୁ ନିଖୋଜ ଅଛନ୍ତି। ସୁନ୍ଦରଗଡ ଜିଲାରେ ମଧ୍ୟ ପରୀ ଭଳି ଶତାଧିକ ଶିଶୁ ନିଖୋଜ ହେଉଥିବା ବେଳେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଦଳ ପକ୍ଷରୁ ସୁନ୍ଦରଗଡ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କ ନିକଟରେ ସୁନ୍ଦରଗଡ ଜିଲାରେ କେତେ ଶିଶୁ ନିଖୋଜ ବା ଅପହରଣ ହୋଇଛନ୍ତି ତାର କୌଣସି ସଠିକ୍ ତଥ୍ୟ ନାହିଁ। ତେଣୁ ଏହି କାର୍ଯ୍ୟାଳୟ ରହିବାର ତାତ୍ପର୍ଯ୍ୟ କ’ଣ ବୋଲି ଶ୍ରୀ  ନାୟକ ପ୍ରଶ୍ନ କରିଛନ୍ତି। ଯଦି ପରୀ ମାମଲାର ସଠିକ୍ ତଦନ୍ତ ପାଇଁ ଦଳ ଏହାର ଦାବିକୁ ଜୋରଦାର କରିଛି। ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସରକାରଙ୍କୁ ଚାପରେ ରଖିବା ପାଇଁ ବିଧାନସଭାରେ ଲମ୍ବା ସମୟ ବିତର୍କର ଆବଶ୍ୟକତା ଥିଲା। ଦଳ ଏଥିପାଇଁ ଦାବି କରୁଥିବା ବେଳେ ମାତ୍ର ଶାସକ ବିଜେଡି ଓ କଂଗ୍ରେସ ମିଳିମିଶି ଏଭଳି ଷଡଯନ୍ତ୍ରର ଅଙ୍ଗ ଭାବେ ଗରିବ ବାପା, ମାର ଝିଅ ପରୀକୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ପାଇଁ ଆଗେଇ ଆସିଲେ ବୋଲି  ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ପରୀର ମରଶରୀର ଉଦ୍ଧାର ହେଲା ବେଳକୁ ସଂପୂର୍ଣ୍ଣ ମିଳାଇ ଯାଇଥିବା କହି ଝିଅଟିକୁ ଦୁଷ୍କର୍ମ କରାଯାଇଥିଲା କି ନାହିଁ, ତାର ପ୍ରମାଣ ନାହିଁ ବୋଲି ବିଧାନସଭାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବା ବେଳେ  ଅସହାୟତା ପ୍ରକାଶ କରିଛନ୍ତି। ୪ ମାସ ଧରି ପୁଲିସ କାହିଁକି ନୀରବ ଥିଲା। ଅପର ପକ୍ଷରେ ନୟାଗଡ ପୁଲିସ ଅଭିଯୋଗକାରୀ ପରୀର ବାପା, ମା ଓ ତାଙ୍କର ବଡବାପା, ବଡମାଙ୍କ ପଲିଗ୍ରାଫ ଟେଷ୍ଟ କରିଛନ୍ତି। ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ପରୀର ବାପା, ମା’ ବାରମ୍ବାର କହିବା ସତ୍ୱେ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ବୋଲି ଭାଜପା ପ୍ରଶ୍ନ କରିଛି। ଭାଜପା ମହିଳା ମୋର୍ଚ୍ଚା ତରଫରୁ ଅରୁଣ ସାହୁଙ୍କୁ ବହିଷ୍କାର କରିବା ଦାବିରେ ତାଙ୍କ ବାସଭବନ ଘେରାଉ କରିବା ସମୟରେ ପୁଲିସର ଗିରଫଦାରୀ ଓ ମାତ୍ରାଧିକ ବଳପ୍ରୟୋଗକୁ ଭାଜପା ସୁନ୍ଦରଗଡ ଜିଲା ତରଫରୁ ନିନ୍ଦା କରାଯାଇଛି। ରାଜ୍ୟ ସରକାର ନିଜ ଜିଦ୍‌ରୁ ନ ଓହରିଲେ ଭାରତୀୟ ଜନତା ପାର୍ଟୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି। ସମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବିଧାୟକ ଶଙ୍କର ଓରାମ ଦଳର ବିଧାୟକମାନଙ୍କ ସହିତ ପରୀ ପରିବାରକୁ ଭେଟିବା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା କେର୍କେଟା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ନିହାର ରାୟ,  ଜଗବନ୍ଧୁ ବେହେରା ଓ ଜିଲା ମିଡିଆ ସେଲ୍ ପ୍ରମୁଖ  ଗଙ୍ଗାଧର ଦାଶ ଓ ମୁଖପାତ୍ର ଭଗବାନ ରାଉତ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories