www.samajalive.in
Monday, December 8, 2025
20.1 C
Bhubaneswar

ଢେଙ୍କିକୋଟ ମଣ୍ଡଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ପାଟଣା: ଢେଙ୍କିକୋଟ ମଣ୍ଡଳ ବିଜେପି ପକ୍ଷରୁ ଅନୁଷ୍ଠିତ ଦୁଇ ଦିନିଆ ଅଖିଳ ଭାରତୀୟ ମଣ୍ଡଳ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଦ୍ଵାରା ଉଦଯାପିତ ହୋଇଯାଇଛି । ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନ ପ୍ରଶିକ୍ଷଣ ଶିବିରରେ
ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସହ ବରିଷ୍ଠ ନେତା ଦେବେନ୍ଦ୍ର ଜେନା, ଢେଙ୍କିକୋଟ ସତ୍ୟନାରାୟଣ ପ୍ରଭାତ ଶାଖା ଚାଳକ ତୃପ୍ତି ରଞ୍ଜନ ସାହୁ, ଯୁବମୋର୍ଚ୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅମର ସିଂ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ ପ୍ରମୁଖ ଶିବିରାର୍ଥୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ବିଷୟବସ୍ତୁ ଉପରେ ବୌଦ୍ଧିକ ସନ୍ଦେଶ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଶତାଧିକ ଶିବିରାର୍ଥୀ ସାମିଲ ହୋଇ ଉଦଯାପନ ସମାରୋହରେ ସାମିଲ ଥିଲେ । ଜିଲ୍ଲା ସଂଯୋଜକ ଜୟଦେବ ଗିରି ଉଦଯାପନୀ ଦିବସ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ପୂର୍ବତନ ମଣ୍ଡଳ ସଭାପତି ଇନ୍ଦ୍ରମଣି ମହାନ୍ତ, ନାରୀ ନେତ୍ରୀ ମମତା ସିଂ, ମଣ୍ଡଳ ଉପ ସଭାପତି ଅଜୟ ପଣ୍ଡା, ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ମହାରଣା, ଅକ୍ଷୟ ସିଂହ , ମହିଳା ମୋର୍ଚ୍ଚାର ପଦ୍ମାବତୀ ନାୟକ, ଲବଙ୍ଗଲତା ନାୟକ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ତୀର୍ଥପତି ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories