www.samajalive.in
Sunday, December 7, 2025
16.1 C
Bhubaneswar

ଜେଇଇ ଓ ନିଟ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସୁବିଧା, ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ରାଜ୍ୟର ୭ଟି ସହରରେ ଥିବା ୨୬ଟି ପରୀକ୍ଷା କେନ୍ଦ୍ରରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଓ ନିଟ ପରୀକ୍ଷା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବେ। ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ଏକ ପ୍ରେସମିଟ ଜରିଆରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ପ୍ରାୟ ୩୭ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବାକୁ ଥିବା ବେଳେ, ଗମନାଗମନ ଓ ରହଣି ନେଇ ପରୀକ୍ଷାର୍ଥୀମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଜେଇଇ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସେମାନଙ୍କ ପାଇଁ ଆଗୁଆ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ପରୀକ୍ଷାର୍ଥୀମାନଙ୍କ ପାଖରେ ଗମନାଗମନ ଓ ରହଣି ନେଇ ସୁବିଧା ନାହିଁ, ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ପରୀକ୍ଷାର୍ଥୀ ଓ ସେମାନଙ୍କ ସହଯୋଗୀ ଯେଉଁଠାରୁ ଆସିବେ ଓ ଯେଉଁଠି ପରୀକ୍ଷା ଦେବେ, ସେହି ସ୍ଥାନକୁ ଆସିବା ବେଳେ ଯେଭଳି କୌଣସି ଅସୁବିଧା ନ ହୁଏ ସେ ନେଇ ସମସ୍ତ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇ ସାରିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ନିଜ ସୁବିଧାରେ ଆସୁଥିବା ଛାତ୍ରଛାତ୍ରୀଙ୍କୁ ରାସ୍ତାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। ତେବେ ପରିବହନ ବ୍ୟବସ୍ଥା ନ ଥିବା କ୍ଷେତ୍ରରେ ବିନା ଖର୍ଚ୍ଚରେ ସେମାନଙ୍କୁ ନେବା ଆଣିବା କରିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି।

- Advertisement -

ଏ ସମ୍ପର୍କରେ କୌଶଳ ବିକାଶ ବିଭାଗ ସଚିବ ସଞ୍ଜୟ ସିଂହ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକ ଓ ପରୀକ୍ଷା ପ୍ରକ୍ରିୟା ସହ ଜଡିତ ବ୍ୟକ୍ତିବିଶେଷଙ୍କ ଯାତାୟାତ କିମ୍ବା ସେମାନେ ଯାତ୍ରା କରୁଥିବା ଯାନବାହାନ ଗମନାଗମନ ଉପରେ କୌଣସି କଟକଣା ରହିବ ନାହିଁ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାର ଗୋଟିଏ ଲେଖାଏଁ ଆଇଟିଆଇକୁ ନୋଡାଲ କେନ୍ଦ୍ର ଭାବେ ଘୋଷଣା କରାଯାଇଛି। ଆଜି ସେହିସବୁ ଆଇଟିଆଇର ଅଧିକାରୀମାନଙ୍କ ମୋବାଇଲ ନମ୍ବର ଦିଆଯିବ ଓ ସେହି ନମ୍ବର ମାଧ୍ୟମରେ ଯାତାୟାତ ସୁବିଧା ଚାହୁଁଥିବା ପରୀକ୍ଷାର୍ଥୀମାନେ ଯୋଗାଯୋଗ କରିପାରିବେ। ଜିଲ୍ଲା ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ବ୍ୟବସ୍ଥା ସରକାର କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଉଭୟ ସରକାରୀ ଓ ବେସରକାରୀ ଇଞ୍ଜିନିଅରିଂ କଲେଜ, ପଲିଟେକ୍ନିକ ଓ ଆଇଟିଆଇ ହଷ୍ଟେଲଗୁଡିକରେ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କ ରହିବ ବ୍ୟବସ୍ଥା କରାଯାଇଛି।

ପରୀକ୍ଷାର୍ଥୀମାନେ ନିଜ ସହରରେ ଥିବା ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମକୁ ଯାଇ ନିଜ ନାମ ପଞ୍ଜିକରଣ କରିବେ କିମ୍ବା ନୋଡାଲ ଆଇଟିଆଇ ଅଧ୍ୟକ୍ଷଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରି ନାମ ପଞ୍ଜିକରଣ କରିବେ। ତେବେ ଅଗଷ୍ଟ ୩୧ ତାରିଖ ରାତି ୧୨ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ସୂଚନା ଦେବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ନିଟ ପ୍ରବେଶିକା ପରୀକ୍ଷା ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଥିବା କୌଶଳ ବିକାଶ ସଚିବ କହିଛନ୍ତି। ସେହି ପରୀକ୍ଷାର୍ଥୀମାନେ ମଧ୍ୟ ଜିଲ୍ଲାର ନୋଡାଲ କେନ୍ଦ୍ରରେ ନାମ ପଞ୍ଜିକରଣ କରିବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories