www.samajalive.in
Sunday, December 7, 2025
26.1 C
Bhubaneswar

ଜୁନ, ଜୁଲାଇରେ ମଧ୍ୟପ୍ରଦେଶ ବିଶ୍ୱବିଦ୍ୟାଳୟ ପରୀକ୍ଷା; ବହି ଖୋଲା ପଦ୍ଧତିରେ ହେବ

ନୂଆଦିଲ୍ଲୀ: ସଂପ୍ରତି କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ ଅନୁସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ଆଗାମୀ ଜୁନ-ଜୁଲାଇ ମାସରେ ଅନୁଷ୍ଠିତ ହେବ। ଚଳିତ ଥର ପରୀକ୍ଷା ବହି ଖୋଲା (ଓପନ ବୁକ୍‍) ପଦ୍ଧତିରେ ଅନୁଷ୍ଠିତ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ୪ ତାରିଖରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅନୁସ୍ନାତକ ପ୍ରଥମ ଏବଂ ଦ୍ୱିତୀୟ ବର୍ଷ ଏବଂ ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟର ଶେଷ ପରୀକ୍ଷା ଜୁଲାଇ ମାସରେ କରାଯିବ। ଏହି ପରୀକ୍ଷା ଫଳ ଅଗଷ୍ଟରେ ପ୍ରକାଶ ପାଇବ। ସେହିଭଳି ଅନୁସ୍ନାତକ ଶେଷ ବର୍ଷ ଏବଂ ସ୍ନାତକୋତ୍ତର ଚତୁର୍ଥ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଜୁନ୍‍ ମାସରେ ଅନୁଷ୍ଠିତ ହେବ। ଏହାର ଫଳାଫଳ ଜୁଲାଇରେ ଘୋଷଣା କରାଯିବ। ଲିଖିତ ପରୀକ୍ଷା ପରେ ଏହି ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ତେବେ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ହେବନାହିଁ। ରାଜ ସରକାର ପୂର୍ବରୁ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories