www.samajalive.in
Monday, December 8, 2025
24.1 C
Bhubaneswar

ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ନିଷ୍ପତ୍ତି ଜୁନ୍‍ ପରେ

ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଭୟାନକ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ତାହାକୁ ଦ୍ୱନ୍ଦ୍ୱ ଲାଗିରହିଥିବାବେଳେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଏ ସମ୍ପର୍କରେ ଜୁନ୍‍ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ସିବିଏସଇର ଜଣେ ଅଧିକାରୀ କହିଛନ୍ତି, ଯଦି ଦେଶରେ କୋଭିଡ ପରିସ୍ଥିତି ଅଧିକ ଖରାପ ଆଡକୁ ଗତିକରେ ତେବେ ଦଶମ ଶ୍ରେଣୀ ଭଳି ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ମୂଲ୍ୟାୟନ ପଦ୍ଧତି ଅନୁସରଣ କରାଯାଇପାରେ। ତେବେ ତାହା ଏବେଠାରୁ କହିବା କଷ୍ଟକର। ଯଦି ଜୁଲାଇରେ ପରୀକ୍ଷା ସମ୍ଭବ ନହୁଏ ତେବେ ପରୀକ୍ଷା ପାଇଁ ଆଉ ବିଳମ୍ବ କରାଯିବ ନାହିଁ। କାରଣ ପରୀକ୍ଷା ପରିଚାଳନା ଠାରୁ ଖାତା ଦେଖା ଏବଂ ଫଳାଫଳ ପ୍ରକାଶ ଆଦି ପାଇଁ ଅତି କମରେ ଏକମାସ ଲାଗିଥାଏ। ମନେକରାଯାଉ ଜୁଲାଇରେ ପରୀକ୍ଷା କରାଯାଇ ଅଗଷ୍ଟ ଶେଷରେ ଫଳାପଳ ପ୍ରକାଶ ପାଇଲା। ଏହାପରେ ଛାତ୍ରଛାତ୍ରୀ ବିଭିନ୍ନ ମହାବିଦ୍ୟାଳୟ, ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ କିଭଳି ନାମ ଲେଖାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories