www.samajalive.in
Wednesday, December 10, 2025
18.1 C
Bhubaneswar

ସୋନିଆଙ୍କୁ ନଡ୍ଡାଙ୍କ ଚିଠି; କହିଲେ ମହାମାରୀରେ କଂଗ୍ରେସର ଆଚରଣକୁ ମନେରଖିବେ ଲୋକେ

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଜାରି ରହିଛି। କିନ୍ତୁ କରୋନାକୁ ନେଇ ଚାଲିଥିବା ରାଜନୀତି କମୁନାହିଁ। ଗତ ସୋମବାର ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକକୁ ନେଇ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ଏଭଳି ସମୟରେ କରୋନାକୁ ନେଇ ରାଜନୀତି ନ କରିବାକୁ ସେ ସୋନିଆଙ୍କୁ ପରାମର୍ଶ ଦେଇଛନ୍ତି। ଏପରି କି କ​‌ରୋନା କାଳରେ କଂଗ୍ରେସର ଆଚରଣକୁ ଲୋକେ ସର୍ବଦା ମନେରଖିବେ ବୋଲି ନଡ୍ଡା ତାଙ୍କ ଚିଠିରେ ଲେଖିଛନ୍ତି।

ନଡ୍ଡା ଚିଠିରେ ଲେଖିଛନ୍ତି, ବର୍ତ୍ତମାନର ସଙ୍କଟ ସମୟରେ କଂଗ୍ରେସର ଆଚରଣକୁ ନେଇ ସେ ଦୁଃଖୀତ। କିନ୍ତୁ ଆଶ୍ଚର୍ଯ୍ୟ ନୁହନ୍ତି। କଂଗ୍ରେସର କିଛି ଲୋକ ତ୍ରୁଣମୂଳ ସ୍ତରରେ ଲୋକଙ୍କୁ ସହାୟତା କରି ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି, କିନ୍ତୁ ଦଳର ବରିଷ୍ଠ ନେତାମାନଙ୍କ ନକାରାତ୍ମକ ଚିନ୍ତାଧାରା ଯୋଗୁ ସେମାନଙ୍କ ପରିଶ୍ରମ ବୃଥା ଯାଉଛି।

- Advertisement -

ଗୋଟିଏ ପଟେ ଭାରତ କରୋନର ଭୟଙ୍କର ୨ୟ ତରଙ୍ଗରେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାବେଳେ କଂଗ୍ରେସର ବରିଷ୍ଠ ନେତାମାନେ ଲୋକଙ୍କୁ ଭୁଲ ସୂଚନା ଦେବା, ଅଯଥାରେ ଭୟଭୀତ କରାଇବା ଭଳି କାର୍ଯ୍ୟ ବନ୍ଦ କରିବାକୁ ନଡ୍ଡା ପରାମର୍ଶ ଦେଇଛନ୍ତି। ଯେଉଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଜେପି ସରକାର ରହିଛି ସେଠାରେ ଆମେ ଗରିବ ଏବଂ ଅବହେଳିତ ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛୁ। ସେହିପରି ଯେଉଁ ରାଜ୍ୟରେ କଂଗ୍ରେସ ସରକାର ରହିଛି ସେଠାରେ ସେମାନେ ଏହି ବର୍ଗର ଲୋକମାନଙ୍କୁ ସହାୟତା କରିବା ଲାଗି ମାଗଣା ଟିକା ଦେବାକୁ ଘୋଷଣା କରିବେ କି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସୋନିଆ ମୋଦୀ ସରକାରକୁ କଡ଼ା ସମାଲୋଚନା କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories