www.samajalive.in
Wednesday, December 10, 2025
16.1 C
Bhubaneswar

ପାଣ୍ଠିର ଅଭାବ ନାହିଁ , ତଥାପି ମୁମୂର୍ଷଙ୍କୁ ମିଳୁନି ଆମ୍ବୁଲାନ୍ସ ସେବା

ବ୍ରଜରାଜନଗର : ଖଣି ଖାଦାନ , ଶିଳ୍ପରେ ଭରପୁର ରହିଛି ବ୍ରଜରାଜନଗର ଅଞ୍ଚଳ । କେବଳ କୋଇଲାଖଣିରୁ ଜିଲ୍ଲା ଖଣିଜ ପାଣ୍ଠି ବାବଦକୁ ଆଦାୟ ହେଉଥିବା ଶହ ଶହ କୋଟି ଟଙ୍କା ଜିଲ୍ଲା ରାଜକୋଷରେ ଗଚ୍ଛିତ ହୋଇ ରହିଛି । ଅଞ୍ଚଳର ସାମଗ୍ରୀକ ବିକାଶ ଉଦ୍ଦେଶ୍ୟରେ ଗଠିତ ଏହି ପାଣ୍ଠିର କଳେବର ବର୍ଷକୁ ବର୍ଷ ବଢି ଚାଲିଛି । ହେଲେ ସ୍ଥାନୀୟ ଅଞ୍ଚଳରେ ଜୀବନମରଣ ସମସ୍ୟା ସହିତ ଜଡ଼ିତ ସର୍ବନିମ୍ନ ମୌଳିକ ସୁବିଧା ଟିକକ ବି ସାତସପନ ହୋଇଗଲାଣି । ବର୍ତ୍ତମାନ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ରଚାଇଥିବା ବେଳେ ଗୁରୁତର ରୋଗୀଙ୍କୁ ଅତିକମରେ ସ୍ଥାନୀୟ ମେଡ଼ିକାଲ ପର୍ୟ୍ୟନ୍ତ ପହଞ୍ଚାଇବା ପାଇଁ ଜୀବନ ରକ୍ଷାକାରୀ ( ଆଇସିୟୁ ) ଆମ୍ବୁଲାନ୍ସର କୌଣସି ସୁବିଧା ନାହିଁ ।
ଦୀର୍ଘଦିନ ଧରି ବ୍ରଜରାଜନଗର ଅଞ୍ଚଳର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଆଇସିୟୁ ଆମ୍ବୁଲାନ୍ସ ପାଇଁ ଦାବି କରିଆସୁଥିଲେ ହେଁ ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ତରଫରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନ ଥିବାରୁ ଜନଅସନ୍ତୋଷ ତେଜିବାରେ ଲାଗିଛି । ବ୍ରଜରାଜନଗର ସହରରେ ପ୍ରାୟ ୧ ଲକ୍ଷରୁ ଅଧୁକ ଲୋକ ବସବାସ କରୁଛନ୍ତି । ସହରରେ ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୨ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହି ଥିଲେ ମଧ୍ୟ ସେଠାରେ ଗୋଟିଏ ବି ଆମ୍ବୁଲାନ୍ସ ରହୁନାହିଁ ।
ବ୍ରଜରାଜନଗର ପ୍ରତିନିଧି ଜିତେନ୍ଦ୍ର ପଟ୍ଟନାୟକ ଜନ ଦାବିକୁ ଆଧାର କରି ବ୍ରଜରାଜନଗର ପୌରପରିଷଦକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଜିଲାପାଳଙ୍କୁ ପତ୍ର ଲେଖୁଛନ୍ତି । ଏହାବ୍ୟତୀତ ସାମାଜିକ ଗଣମାଧ୍ୟମରେ ଏହି ଦାବି ଜୋର୍ ଧରିଛି । ଏମ୍‌ସିଏଲ ଖଣିରୁ ସିଧାସଳଖ ଅଞ୍ଚଳବାସୀ ପ୍ରଭାବିତ ହେଉଥିଲେ ହେଁ ଆମ୍ବୁଲାନ୍ସ ପାଇଁ ଦାବି କରିବା ଦୁର୍ଭାଗ୍ୟଜନକ ଓ ଲଜ୍ଜାକର ବିଷୟ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି ।
ଅନ୍ୟପଟେ ଗତବର୍ଷ ଏପ୍ରିଲ ମାସରେ ଓଡ଼ିଶା ୟୁଥ ଏଗେଷ୍ଟ କରପସନ ପକ୍ଷରୁ ଜିଲ୍ଲା ଖଣିଜ ପାଣ୍ଠି କିମ୍ବା ପାରିପାର୍ଶିକ ଉନ୍ନୟନ ପାଣ୍ଠିରୁ ବ୍ରଜରାଜନଗର ପୌରାଞ୍ଚଳ ପାଇଁ ଗୋଟିଏ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ି ଯୋଗାଣ ନେଇ ମଧ୍ୟ ଜନପ୍ରତିନିଧି ଓ ଜିଲାପାଳଙ୍କ ନିକଟରେ ଦାବି କରାଯାଇଥିଲା ।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories