www.samajalive.in
Saturday, December 6, 2025
15.1 C
Bhubaneswar

ଗୁଜରାଟରେ ବିଜେପିକୁ ଝଟ୍‌କା; ଦଳରୁ ଇସ୍ତଫା ଦେଲେ ସାଂସଦ ମନସୁଖ ବସାୱା

ଭରୁଚ: ଗୁଜରାଟରେ ବିଜେପିକୁ ବଡ଼ ଝଟକା ଲାଗିଛି। ଭରୁଚ ଆସନରୁ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ମନସୁଖ ବସାୱା ବିଜେପିରୁ ଇସ୍ତଫା ଦେଇଛନ୍ତି। ଖୁବଶୀଘ୍ର ସେ ସଂସଦର ସଦସ୍ୟ ପଦରୁ ବି ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି।

ସାଂସଦ ମନସୁଖ ବସାୱା ଗତ ସୋମବାର ରାଜ୍ୟ ବିଜେପି ସଭାପତି ସି. ଆର. ପାଟିଲଙ୍କୁ ପତ୍ର ଲେଖି ଇସ୍ତଫା ବିଷୟରେ ଅବଗତ କରାଇଥିଲେ। ମିଳିଥିବା ସୂଚନା ଅନୁସାରେ, ମନସୁଖଙ୍କୁ ବାରମ୍ବାର ଦଳରେ ଉପେକ୍ଷା କରାଯାଉଥିବାରୁ ସେ ଏଥିରେ ଅତିଷ୍ଠ ହୋଇ ଇସ୍ତଫା ଦେଇଛନ୍ତି। ସେ ଗତ ମୋଦୀ ସରକାରରେ ରାଷ୍ଟ୍ରମନ୍ତ୍ରୀ ରହିଥିଲେ।

- Advertisement -

ସୂଚନାଯୋଗ୍ୟ, ଏହାପୂର୍ବରୁ ମନସୁଖ ରାଜ୍ୟରେ ଆଦିବାସୀ ମହିଳା ଚୋରା ଚାଲାଣ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ସୂଚନା ଦେଇଥିଲେ। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ପ୍ରସଙ୍ଗରେ ଏକ ଚିଠି ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ମନସୁଖ ଷ୍ଟାଚ୍ୟୁ ଅଫ୍ ୟୁନିଟି ଚାରିପାଖରେ ଇକୋ-ସେନ୍‌ସିଟିଭ୍‌ ଜୋନ୍ ବାତିଲ କରିବାକୁ ଦାବି କରିଥିଲେ। ବାସ୍ତବରେ ଏହି ଅଞ୍ଚଳରେ ରହୁଥିବା ଆଦିବାସୀମାନେ ଏ ସମ୍ପର୍କରେ ଦାବି କରିଥିଲେ। ଏହା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ମନସୁଖ ରାଜ୍ୟର ଜେଣ ଆଦିବାସୀ ନେତା ଭାବେ ଜଣାଶୁଣା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories