www.samajalive.in
Saturday, December 6, 2025
14.1 C
Bhubaneswar

ଶୀତଦିନେ କେଶ ପାଇଁ ନିଶ୍ଚୟ ଆପଣାନ୍ତୁ ଏହି ୪ଟି ଉପାୟ

ଶୀତଦିନେ ତ୍ୱଚାର ଯତ୍ନ ସହ କେଶର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଏପରି କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା କେଶ ଜନିତ ସମସ୍ୟା ଦୂର ହେବା ସହ ଶୀତଦିନେ କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ…….
ଅଲିଭ ଅଏଲର କରନ୍ତୁ ବ୍ୟବହାର
ଏହାର ବ୍ୟବହାର ଦ୍ୱାରା କେଶ ଖୁବ ରେଶମୀ, ଘନ ହେବା ସହ ଝଡ଼ିବା ମଧ୍ୟ କମ ହୋଇଥାଏ। ୨ ଚାମଚ ଅଲିଭ ଅଏଲକୁ ଉଷୁମ କରି କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ। କେଶ ପାଇଁ ଏହା ବେଶ ଲାଭଦାୟକ।
ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ଲେମ୍ବୁ ରସ ଓ ନଡିଆ ତେଲକୁ ଅଳ୍ପ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏହାକୁ ରାତିସାରା ଲଗାଇ ରଖନ୍ତୁ। ଏହାପରେ ସକାଳେ ଉଠି କେଶ ସଫା କରି ଦିଅନ୍ତୁ।
ଯଦି କେଶ ସଫା କରିଛନ୍ତି , ତେବେ ଏହାକୁ ଭଲ ଭାବେ ଶୁଖାଇ ବାନ୍ଧିବା ପରେ ଘରୁ ଯାଆନ୍ତୁ। ଶୀତଦିନେ ଏଭଳି କରିବା ଦ୍ୱାରା କେଶ ଶୁଷ୍କ ହୋଇନଥାଏ।
ଶୀତଦିନେ କେଶ ଶୁଖାଇବା ପାଇଁ ଅଧିକାଂଶ ଲୋକେ ହେୟାର ଡ୍ରାଏରର ବ୍ୟବହାର କରନ୍ତି। ମାତ୍ର ଏହାର କମ ବ୍ୟବହାର କରନ୍ତୁ। କମ ବ୍ୟବହାର କରନ୍ତୁ। ପ୍ରାକୃତିକ ଉପାୟରେ ହିଁ କେଶକୁ ଶୁଖାନ୍ତୁ। ହେୟାର ଡ୍ରାଏରର ଅଧିକ ବ୍ୟବହାର ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories