www.samajalive.in
Monday, December 15, 2025
24.1 C
Bhubaneswar

ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ଏସପିଙ୍କ ମନ୍ତବ୍ୟକୁ ନେଇ ହାଇକୋର୍ଟ ଖପ୍ପା

ସମାଜଲାଇଭ ଡେସ୍କ: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସପିଙ୍କ ଏକ ମନ୍ତବ୍ୟକୁ ନେଇ ହାଇକୋର୍ଟ ଖପ୍ପା ହୋଇଛନ୍ତି। ଘଟଣାର ପର୍ଦ୍ଦାଫାଶ ସମୟରେ ହାଇକୋର୍ଟରେ ବିଚାରାଧୀନ ଥିବା ଏକ ନିର୍ବାଚନୀ ମାମଲା ପ୍ରସଙ୍ଗରେ ଏସପି ମନ୍ତବ୍ୟ ଦେବା ପରେ ତାଙ୍କ ପାଇଁ ନୂଆ ଅଡୁଆ ସୃଷ୍ଟି ହୋଇଛି। ଏହି ମନ୍ତବ୍ୟକୁ ହାଇକୋର୍ଟ ନାପସନ୍ଦ କରିବା ସହିତ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏସପିଙ୍କ ଟିପ୍ପଣୀକୁ ଅଦାଲତ ଅବମାନନା ଭାବେ କାହିଁକି ବିବେଚନା କରା ନ ଯିବ ବୋଲି ଉଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। ତେଣୁ ଆସନ୍ତା ୭ ତାରିଖ ମଧ୍ୟରେ ଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ଏସପିଙ୍କୁ ନିର୍ଦେଶ ଜାରି କରାଯାଇଛି।

ସୂଚନାଯୋଗ୍ୟ, ପୀତବାସ ହତ୍ୟା ମାମଲାର ସାମ୍ବାଦିକ ସମ୍ମିଳନୀରେ ଏସପି ନିର୍ବାଚନ ମାମଲା କଥା ଉଠାଇଥିଲେ। ବିକ୍ରମ ପଣ୍ଡା ଏବଂ ଶିବଶଙ୍କର ଦାସଙ୍କ ମଧ୍ୟରେ କମନ୍‌ ଲିଙ୍କ ଥିବା ନେଇ ଏସପି ଟିପ୍ପଣୀ ଦେଇଥିଲେ। ଏସପି କହିଥିଲେ, ଏହି କମନ ଲିଙ୍କ୍‌ ଥିଲା ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଦାୟର ହୋଇଥିବା ନିର୍ବାଚନୀ ମାମଲା। ଶିବଶଙ୍କର ମାମଲା କରିଥିଲେ, ବିକ୍ରମ ଖର୍ଚ୍ଚ ବହନ କରୁଥିଲେ। ଏସପିଙ୍କ ଏହି ଟିପ୍ପଣୀ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories