www.samajalive.in
Monday, December 15, 2025
26.1 C
Bhubaneswar

ଜେୱର ବିମାନବନ୍ଦରରେ ପ୍ରଥମ ପରୀକ୍ଷଣ ସଫଳ, ଘରୋଇ ଉଡ଼ାଣ ପାଇଁ ରାସ୍ତା ସଫା

ନୋଏଡା, ୩୧ା୧୦: ଉତ୍ତର ପ୍ରଦେଶ ଜେୱରରେ ନିର୍ମିତ ବିମାନବନ୍ଦରରେ ପ୍ରଥମ କାଲିବ୍ରେସନ ବିମାନ ସଫଳତାପୂର୍ବକ ଅବତରଣ କରିଛି। ବନ୍ଦରର ସମସ୍ତ ପ୍ରଯୁକ୍ତିବିଦ୍ୟା ସୁବିଧା, ରନୱେ ଓ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଜାତୀୟ ମାନକ ଅନୁସାରେ ଯୋଗ୍ୟ କି ନାହିଁ ତାହା ପରୀକ୍ଷା ପାଇଁ ଏହି ପରୀକ୍ଷାମୂଳକ ଅବତରଣ ସଫଳ ହୋଇଛି। ଦୁଇ ଦିନ ଧରି ଚାଲିଥିବା ଏହି ପରୀକ୍ଷାମୂଳକ ବିମାନ ଉପରେ କେନ୍ଦ୍ର ନାଗରିକ ଉଡ୍ଡୟନ ମହାନିର୍ଦେଶାଳୟର ଦଳ କଡା ନଜର ରଖିଥିଲେ। ଏହି ସମୟରେ ଦଳ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ, ନେଭିଗେସନ ଉପକରଣ, ଯୋଗାଯୋଗ ସୁବିଧା ଓ ଅନ୍ୟାନ୍ୟ ଦିଗପ୍ରତି ଧ୍ୟାନ ଦେବା ସହ ସବୁ ତନଖି କରିଥିଲେ। ନୋଏଡା ଅନ୍ତର୍ଜାତୀୟ ଏୟାରପୋର୍ଟ ଲିମିଟେଡର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆର.କେ.ସିଂହ ଜଣାଇଛନ୍ତି ଯେ ପ୍ରତିଦିନ ପ୍ରାୟ ୨ ଘଣ୍ଟା କାଲିବ୍ରେସନ ବିମାନର ପରୀକ୍ଷଣ କରାଯିବ। ସମସ୍ତ ପରୀକ୍ଷଣ ସଫଳ ପରେ ଡିଜିସିଏ ଏୟାରପୋର୍ଟ ଏରୋଡ୍ରୋମ୍ ଲାଇସେନ୍ସ ଜାରି କରିବ। ଲାଇସେନ୍ସ ମିଳିବା ପରେ ଏୟାରପୋର୍ଟ ଔପଚାରିକ ରୂପେ ଉଡାଣ ସଞ୍ଚାଳନ ଆରମ୍ଭ କରିବ। ପ୍ରାରମ୍ଭରେ କେବଳ ଘରୋଇ ଉଡାଣ ଏବଂ କିଛି ମାସ ପରେ ଅନ୍ତର୍ଜାତୀୟ ଉଡାଣର ଯୋଜନା ରହିଛି। ଉତ୍ତର ପ୍ରଦେଶ ସରକାର ଏହି ବିମାନବନ୍ଦରକୁ ଦେଶର ସବୁଠାରୁ ଆଧୁନିକ ଏଭିଏସନ କରିବା ଦିଗରେ କାମ କରୁଛନ୍ତି। ବନ୍ଦରକୁ ସିଧା ଯମୁନା ଏକ୍ସପ୍ରେସୱେ ସହ ଯୋଡାଯାଇଛି ଯାହା ଫଳରେ ନୋଏଡା, ଆଗ୍ରା ଓ ମଥୁରା ପର୍ଯ୍ୟନ୍ତ ପହଞ୍ଚିବା ସହଜ ହୋଇଯିବ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories