ଦିଲ୍ଲୀ ,୩୧/୧୦/୨୫:ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ ଆଧାର କାର୍ଡରେ ନାମଲେଖା ଏବଂ ସଂଶୋଧନ ପାଇଁ ମୂଲ୍ୟ ବୃଦ୍ଧି କରାଯାଇଛି। ପ୍ରାଧିକରଣ ଦ୍ୱାରା ନୂତନ ମୂଲ୍ୟ ଲାଗୁ ହେବା ପରଠାରୁ, ଡାକଘରର ଆଧାର ସେବା କେନ୍ଦ୍ରଗୁଡ଼ିକରେ ବର୍ତ୍ତମାନ ନୂତନ ମୂଲ୍ୟରେ ସେବା ଯୋଗାଇ ଦିଆଯାଉଛି । ନୂତନ ଆଧାର କାର୍ଡ ତିଆରି ଏବଂ ପିଲାମାନଙ୍କର ବାୟୋମେଟ୍ରିକ୍ ଅପଡେସନ୍ ମାଗଣା ରହିବ। ନୂତନ ମୂଲ୍ୟ ଅନୁଯାୟୀ, ନାମ, ଠିକଣା, ଲିଙ୍ଗ, ଜନ୍ମ ତାରିଖ, ମୋବାଇଲ୍ ଏବଂ ଇ-ମେଲ୍ ଭଳି ଆଧାର କାର୍ଡରେ ବାୟୋମେଟ୍ରିକ୍ ସଂଶୋଧନ ପାଇଁ ଏବେ ୭୫ଟଙ୍କା ଦେବାକୁ ପଡିବ। ପୂର୍ବରୁ ଏଥିପାଇଁ ୫୦ଟଙ୍କା ଫି ଥିଲା । ସେହିପରି, ଫଟୋ, ଟିପଚିହ୍ନ କିମ୍ବା ଆଖି ରେଟିନା ଭଳି ଜନସଂଖ୍ୟାଗତ ସଂଶୋଧନ ପାଇଁ ୧୦୦ ଟଙ୍କା ବଦଳରେ ୧୨୫ ଟଙ୍କା ଦେବାକୁ ପଡିବ। ୱେବସାଇଟ୍ ରୁ ଆଧାର କାର୍ଡର ପ୍ରିଣ୍ଟଆଉଟ୍ ନେବା ପାଇଁ ୩୦ ଟଙ୍କା ବଦଳରେ ୫୦ ଟଙ୍କା ଦେବାକୁ ପଡିବ।
Popular Categories



